ରାଜ୍ୟ ଟେବୁଲ୍‌ ଟେନିସ୍‌ ୨୯ରୁ

ଭୁବନେଶ୍ୱର: କଟକର ଅଗ୍ରଣୀ ଟେବୁଲ୍‌ ଟେନିସ୍‌ କ୍ଲବ୍‌ ୟଙ୍ଗ୍‌ ଜେନେରେସନ୍‌ ଟେବୁଲ୍‌ ଟେନିସ୍‌ ଆସୋସିଏସନ୍‌ (ଓ୍ଵାଇଜିଟିଟିଏ) ପକ୍ଷରୁ ୨୬ତମ ଓଡ଼ିଶା ଓପନ୍‌ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଏବଂ ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଅଗଷ୍ଟ ୨୯ରୁ କଟକ ବାରାବାଟୀ ଷ୍ଟାଡିୟମ୍‌ସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର୍‌ ହଲ୍‌ରେ ଅନୁଷ୍ଠିତ ହେବ। ୪ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତା ସେପ୍ଟେମ୍ବର ପହିଲାରେ ଶେଷ ହେବ। ବରିଷ୍ଠ, ଯୁବ, କନିଷ୍ଠ, ଉପକନିଷ୍ଠର ଉଭୟ ବାଳକ ଓ ବାଳିକାରେ ମୋଟ ୧୦ ଇଭେଣ୍ଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଏଥିରେ ଓଡ଼ିଶାର ଯେକୌଣସି ଜିଲ୍ଲା ଓ ଶିକ୍ଷାନୁଷ୍ଠାନର ଖେଳାଳି ଭାଗ ନେଇପାରିବେ। ପ୍ରଥମ ଦୁଇ ଦିନ ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତା ହେବ। ଆଗ୍ରହୀ ଖେଳାଳିମାନେ ଅଗଷ୍ଟ ୨୬ ତାରିଖ ମଧ୍ୟରେ ଆୟୋଜନ ସମିତି ସମ୍ପାଦକ ଚୌଧୁରୀ ନିହାର ରଂଜନ ମିଶ୍ର (୮୮୯୫୫ ୩୭୮୯୪)ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର