ରାଜ୍ୟ ମହିଳା ଟ୍ବେଣ୍ଟି-୨୦ ଦଳ ଘୋଷିତ

କଟକ: ଆସନ୍ତା ୧୪ ତାରିଖରୁ ରାଜକୋଟରେ ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ନେତୃତ୍ବରେ ପ୍ରଥମ ତିନିଟି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଗ୍ରୁପ୍‌ ଇ’ରେ ଓଡ଼ିଶା ୧୫ ତାରିଖରେ ମଧ୍ୟପ୍ରଦେଶକୁ, ୧୬ରେ ମିଜୋରାମ, ୧୮ରେ ସୌରାଷ୍ଟ୍ର, ୧୯ରେ ବିଦର୍ଭ, ୨୧ରେ ଜମ୍ମୁ କଶ୍ମୀର, ୨୨ରେ ରେଳବାଇ, ୨୪ରେ ପଣ୍ତିଚେରୀ ବିପକ୍ଷରେ ମ୍ୟାଚ ଖେଳିବ।
ଓଡ଼ିଶା ଦଳ: ସୁଶ୍ରୀ ଦିବ୍ୟଦର୍ଶିନୀ (ଅଧିନାୟିକା), କାଜଲ ଜେନା, ଅଞ୍ଜଳି ସି˚ହ, ରାଣୀ ଟୁଡୁ, ସୁମିତ୍ରା ସାହୁ, ସୁନୀତା ମୁର୍ମୁ, ଶୁଭ୍ରନିର୍ଝରିଣୀ ସ୍ବାଇଁ, ରାଜଶ୍ରୀ ସ୍ବାଇଁ, ଲୌସା ଦାଶ, ବର୍ଷାରାଣୀ ସି˚ହ, ରୀମାଲକ୍ଷ୍ମୀ ଏକ୍କା, ଇନ୍ଦ୍ରାଣୀ ଛତ୍ରିଆ, ରାମେଶ୍ବରୀ ନାଏକ, କୁନୀ ବଦରା, ମୋନାଲିସା ରାଉତ।

ସମ୍ବନ୍ଧିତ ଖବର