ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ଉଦ୍‌ଘାଟିତ

ସୁନ୍ଦରଗଡ଼, ମୟୂରଭଞ୍ଜ ବାଳିକା ଓ ଭଦ୍ରକ, କନ୍ଧମାଳ, ସମ୍ବଲପୁର, ଯାଜପୁର, କଟକ ବାଳକ ବିଜୟୀ

କଟକ: ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶୁକ୍ରବାରଠୁ ରାଜ୍ୟସ୍ତରୀୟ କନିଷ୍ଠ ବାଳକ ଓ ବାଳିକା ଜନଜାତି ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। କଟକ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କ୍ରୀଡା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୫୦ ବାଳକ ଓ ବାଳିକା ପ୍ରତିଯୋଗୀ ଭାଗ ନେଇଛନ୍ତି। ଶୁକ୍ରବାର ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ବାଳିକା ବିଭାଗରେ ସୁନ୍ଦରଗଡ ୫-୦ ଗୋଲ୍‌ରେ ଦେବଗଡକୁ ଓ ମୟୂରଭଞ୍ଜ ୩-୦ ଗୋଲ୍‌ରେ କେନ୍ଦୁଝରକୁ ପରାସ୍ତ କରିଛି। ସେହିପରି ବାଳକ ବିଭାଗରେ ଭଦ୍ରକ ୧-୦ ଗୋଲ୍‌ରେ ଜଗତସିଂହପୁରକୁ, କନ୍ଧମାଳ ୭-୦ରେ ଗଜପତିକୁ, ସମ୍ବଲପୁର ୫-୧ରେ ନୟାଗଡକୁ, ଯାଜପୁର ୩-୦ରେ ପୁରୀକୁ ଏବଂ କଟକ ୪-୨ରେ ଦେବଗଡକୁ ହରାଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅୟୋଜିତ ଏହି କ୍ରୀଡା ଉଦ୍‌ଘାଟନୀ ଉତ୍ସବରେ ଅଲିମ୍ପିଆନ ଡିପି ଇରାନୀ, ଫାଓ ଉପ ସଭାପତି ଭକ୍ତ ବଲ୍ଲଭ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ, ଇନଡୋର୍‌ ଷ୍ଟାଡିୟମର ଭାରପ୍ରାପ୍ତ ଅଧିକାରୀ ଅଖିଳ ବିହାରି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର