ରାଜ୍ୟ ଓପନ୍‌ ଚେସ୍‌ ୧୪ରୁ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ (ଓଏସ୍‌ସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍‌-୨ ସ୍ଥିତ ସଚିବାଳୟ ଚିତ୍ତବିନୋଦନ କ୍ଲବ୍‌ରେ ଆସନ୍ତା ୧୪ ଏବଂ ୧୫ ତାରିଖ ଦୁଇ ଦିନ ଧରି ରାଜ୍ୟ ଓପନ୍‌ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଶ୍ରେଷ୍ଠ ୨୫ ଜଣଙ୍କୁ ମୋଟ ୩୦,୭୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ୬୦୦୦, ଦ୍ୱିତୀୟ ୪୮୦୦ ଏବଂ ତୃତୀୟ ପୁରସ୍କାର ୩୫୦୦ ଟଙ୍କା ରଖାଯାଇଛି। ଏହା ବାଦ୍‌ ବିଭିନ୍ନ ବୟସ ବର୍ଗରେ ୨୪ ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯିବ। ଅଧିକ ବିବରଣୀ ପାଇଁ ଓଏସ୍‌ସିଏ ଉପସଭାପତି ଅରାତି ବିଜୟ ମହାନ୍ତି (୯୪୩୭୭ ୬୩୮୦୪) ଏବଂ କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରହୀ (୯୯୩୮୩ ୧୮୭୮୭, ୯୪୩୮୫ ୭୧୬୫୯)ଙ୍କ ସହ ୧୨ ତାରିଖ ସୁଦ୍ଧା ଯୋଗାଯୋଗ କରିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର