ରାଜ୍ୟ ଓପନ୍‌ ଚେସ୍‌: ମାନସ ବିଜେତା

ଭୁବନେଶ୍ୱର: ପିପିଲିର ଏସ୍‌ ମାନସ ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଦ୍ୱାରା ଆୟୋଜିତ ରାଜ୍ୟ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ସେ ସର୍ବାଧିକ ୮ ପଏଣ୍ଟ୍‌ ପାଇଥିଲା ବେଳେ ଭୁବନେଶ୍ୱରର ପ୍ରଭାତ ଓଝା (୭.୫), ମାନସ ପରିଡ଼ା, ଦୟାନିଧି ରାଉତ ଏବଂ ଅମିତ ମହାନ୍ତି (ପ୍ରତ୍ୟେକ ୭) ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ପାଇଥିଲେ। ଆୟୋଜକ ସଂଘର ସଂପାଦକ ସ୍ମୃତିରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଇଂ ରାଜକିଶୋର ଘଡ଼େଇ, ପୁରୀ ଜିଲ୍ଲା ଚେସ୍‌ ସଂଘର ସଂପାଦକ ଡ. ବିମଳ ପ୍ରସାଦ ମହାନ୍ତି, ଆୟୋଜକ ସଂଘର ଉପସଭାପତି ଅରାତି ବିଜୟ ମହାନ୍ତି, କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ବଂଶୀଧର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ନେହାଞ୍ଜଳି ପ୍ରଧାନ ଏବଂ ଭୀମସେନ ପ୍ରଧାନ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ଶ୍ରେଷ୍ଠ ଭେଟେରାନ୍‌ ଖେଳାଳି ବିବେଚିତ ହୋଇଥିଲେ। ଏମାନଙ୍କ ବ୍ୟତୀତ ବିଭିନ୍ନ ବୟସ ବର୍ଗରେ ଦେବାଂଶୀ ଷଡ଼ଙ୍ଗୀ (୭ରୁ କମ୍‌), ଅଂଶୁମାନ ପତି (୯ରୁ କମ୍‌), ଶାଶ୍ୱତ ସାହୁ (୧୧ରୁ କମ୍‌), କୁମାର ଅଭିଜିତ (୧୩ରୁ କମ୍‌), ଅନିମେଶ ସିଂହ (୧୫ରୁ କମ୍‌) ଏବଂ ଅନନ୍ୟା ଅପରିମିତା (ବାଳିକା) ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର