ରାଜ୍ୟ ପୁଲିସ ଫୁଟ୍‌ବଲ୍‌: କୋରାପୁଟର କୀର୍ତିମାନ

ଅନୁଗୁଳ: ରାଜ୍ୟ ପୁଲିସ ଫୁଟ୍‌ବଲ ପ୍ରତିଯୋଗିତାର ଆଜି ତୃତୀୟ ଦିନରେ ୧୫ଟି ଶେଷ ଲିଗ୍‌ ମ୍ୟାଚ୍‌ ଖେଳାଯାଇଛି। ଲିଗ୍‌ରେ ଓଏସ୍‌ଏପି ତୃତୀୟ ବାଟାଲିୟନ କୋରାପୁଟ ସର୍ବାଧିକ ୯ ଗୋଲ୍‌ ଦେଇ କୀର୍ତିମାନ କରିଛି। କଦମ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ କୋରାପୁଟର ତୃତୀୟ ବାଟାଲିୟନ ୯-୦ ଗୋଲ୍‌ରେ ଭଦ୍ରକକୁ ପରାସ୍ତ କରିଥିଲା। ଲିଗ୍‌ ମ୍ୟାଚ୍‌ରୁ କୋରାପୁଟ, ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡ଼ା, ଓଏସ୍‌ଏପି ଷଷ୍ଠ ବାଟାଲିୟନ କଟକ, ଓଏସ୍‌ଏପି ତୃତୀୟ ବାଟାଲିୟନ କୋରାପୁଟ୍‌, କମିସନରେଟ୍‌ ପୁଲିସ(ଏ), କମିସନରେଟ୍‌ ପୁଲିସ(ବି), ରାଉର୍‌କେଲା, ସମ୍ବଲପୁର, ଓଏସ୍‌ଏପି ପ୍ରଥମ ବାଟାଲିୟନ ଢେଙ୍କାନାଳ, ଦ୍ୱିତୀୟ ଆଇଆର୍‌ବିଏନ୍‌ ରାୟଗଡ଼ା, ଓଡ଼ିଶା ଫାୟାର ସର୍ଭିସ୍‌, ତୃତୀୟ ଆଇଆର୍‌ବିଏନ୍‌ କଳିଙ୍ଗନଗର, ପ୍ରଥମ ଆଇଆର୍‌ବିଏନ୍‌ କୋରାପୁଟ, ଓଆଇଏସ୍‌ଏଫ୍‌ ଭୁବନେଶ୍ୱର, ଚତୁର୍ଥ ଆଇଆର୍‌ବିଏନ୍‌ ଦେଓଗଡ଼ ଓ ବଲାଙ୍ଗୀର ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର