ରାଜ୍ୟ ପୁଲିସ ହକି: କମିସନ୍‌ରେଟ୍‌ ବିଜୟୀ

ରାଉରକେଲା: ମଙ୍ଗଳବାରଠାରୁ ୭୪ତମ ରାଜ୍ୟ ପୁଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ରାଉରକେଲା ଦଳ ସିଧାସଳଖ ୪-୦ ଗୋଲ୍‌ରେ ଓଏସ୍‌ଏପି ତୃତୀୟ ବାଟାଲିଅନ (କୋରାପୁଟ)କୁ, ଓଆଇଏସ୍‌ଏଫ୍‌ (ଭୁବନେଶ୍ବର) ୭-୦ ଗୋଲ୍‌ରେ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନ (ଝାରସୁଗୁଡ଼ା)କୁ, ନବମ ସ୍ବତନ୍ତ୍ର ଆଇଆର୍‌ ବାଟାଲିଅନ (କଳାହାଣ୍ଡି) ୧-୦ ଗୋଲ୍‌ରେ କମିସନରେଟ୍‌ ପୁଲିସ (ଏ)କୁ, ଓଏସ୍‌ଏପି ଅଷ୍ଟମ ବାଟାଲିଅନ (ଛତ୍ରପୁର) ୨-୧ ଗୋଲ୍‌ରେ ପ୍ରଥମ ଆଇଆର୍‌ ବାଟାଲିଅନ (କୋରାପୁଟ)କୁ, କମିସନରେଟ୍‌ ପୁଲିସ (ବି) ୫-୦ ଗୋଲ୍‌ରେ ଚତୁର୍ଥ ଆଇଆର୍‌ ବାଟାଲିଅନ (ଦେଓଗଡ଼)କୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର