କଟକ: ଓଏସ୍ଏପି ଷଷ୍ଠ ବାଟାଲିଅନ୍ ପରିସରରେ ୭୫ତମ ରାଜ୍ୟ ପୁଲିସ୍ କବାଡ଼ି ଓ ସପ୍ତମ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଅତିରିକ୍ତ ଡିଜି (ଏସ୍ଏପି) ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନରେ କବାଡ଼ିରେ ଓଏସ୍ଏପି ଷଷ୍ଠ ବାଟାଲିଅନ୍ ୪୫-୨୩ରେ ତୃତୀୟ ବାଟାଲିଅନ୍କୁ, କମିସନରେଟ୍ ପୁଲିସ୍ ଏ’ ୪୨-୧୫ରେ ଢେଙ୍କାନାଳକୁ, ଚତୁର୍ଥ ଆଇଆର୍ ବାଟାଲିଅନ୍ ୩୨-୨୪ରେ ରାଉରକେଲାକୁ, ଦ୍ୱିତୀୟ ଏସଏସ୍ବି ୩୪-୨୬ରେ ଅଷ୍ଟମ ବାଟାଲିଅନ୍କୁ, ପ୍ରଥମ ଆର୍ଆର୍ ବାଟାଲିଅନ୍ ୩୧-୭ରେ ସୁନ୍ଦରଗଡ଼କୁ ହରାଇଛନ୍ତି। ସେହିପରି ହ୍ୟାଣ୍ଡ୍ବଲ୍ରେ ଓଏସ୍ଏପି ଷଷ୍ଠ ବାଟାଲିଅନ୍ ୩୪-୧୪ରେ ରାଉରକେଲାକୁ ହରାଇଛି। ଏହି ପ୍ରତିଯୋଗିତାରେ କବାଡ଼ିରେ ୨୧ ଓ ହ୍ୟାଣ୍ଡ୍ବଲ୍ରେ ୯ ଦଳ ଅଂଶଗ୍ରହଣ କରିଛନ୍ତି। ସମସ୍ତ ମ୍ୟାଚ ଲିଗ୍ କମ୍ ନକ୍ଆଉଟ୍ ଭିତ୍ତିରେ ଖେଳାଯିବ। ୨୫ ତାରିଖରେ ପ୍ରତିଯୋଗିତା ଉଦ୍ଯାପିତ ହେବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗପତି ଲିଙ୍ଗରାଜ ପରିଡ଼ା, ଓଡ଼ିଶା ପୁଲିସ୍ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ପୁଲିସ୍ କବାଡ଼ି ଓ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ
/sambad/media/post_attachments/wp-content/uploads/2018/05/state-police-kabaddi-or-handball-championship-udghatita-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)