ରାଜ୍ୟ ବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ, ଭୁବନେଶ୍ବରକୁ ଦ୍ବିମୁକୁଟ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭୁବନେଶ୍ବର ଦ୍ବିମୁକୁଟ ହାସଲ କରିଛି। ୧୭ ଓ ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ ଭୁବନେଶ୍ବର ବିଜେତା ହୋଇ ଏହି ସଫଳତା ହାତେଇଛି। ୧୭ ବର୍ଷରୁ କମ୍‌ରେ ସମ୍ବଲପୁର ଏବଂ ୧୪ ବର୍ଷରୁ କମ୍‌ରେ ବରଗଡ଼ ଉପବିଜେତା ହୋଇଛି। ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍‌ ବାଳିକାରେ ସମ୍ବଲପୁର ବିଜେତା, ଭୁବନେଶ୍ବର ଉପବିଜେତା, ୧୪ ବର୍ଷରୁ କମ୍‌ ବାଳିକାରେ ସମ୍ବଲପୁର ବିଜେତା ଏବଂ କଳାହାଣ୍ଡି ଉପବିଜେତା ହୋଇଛନ୍ତି। ପ୍ରତ୍ୟକ ବର୍ଗର ୫ ଜଣ ଲେଖାଏଁ ଶ୍ରେଷ୍ଠ ପ୍ରତିଯୋଗୀ ଜାତୀୟ ବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର