ରାଜ୍ୟ ବିଦ୍ୟାଳୟ ମୁଷ୍ଟିଯୁଦ୍ଧ ଆରମ୍ଭ

ଭୁବନେଶ୍ବର: ୟୁନିଟ୍‌-୩ କ୍ୟାପିଟାଲ୍‌ ହାଇସ୍କୁଲଠାରେ ୬୪ତମ ରାଜ୍ୟ ବିଦ୍ୟାଳୟ ମୁଷ୍ଟିଯୁଦ୍ଧ ପ୍ରତି‌ଯୋଗିତା ଶନିବାର ଉଦ୍‌ଘାଟିତ ‌ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୧୩୩ ପ୍ରତିଯୋଗୀଙ୍କ ସହ ୨୪ ଜଣ ଅଧିକାରୀ ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ, ମୁଷ୍ଟିଯୋଦ୍ଧା ଅମରେଶ ଜେନା, ଉପନିର୍ଦେଶକ ସତ୍ୟମୋହନ ‌ସେନାପତି, ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୋନାମିକା ରାୟ, ସହକାରୀ କ୍ରୀଡ଼ା ନିର୍ଦେଶକ ପ୍ରଭାକର ମଙ୍ଗରାଜ, ସହକାରୀ ନିର୍ଦେଶକ ଲକ୍ଷ୍ମୀପ୍ରିୟା ଦେଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର