ରାଜ୍ୟ ବିଦ୍ୟାଳୟ ଚେସ୍‌: ୨୬ ମିଳିତ ଆଗୁଆ

କଟକ: ଆଇଏସ୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟରେ ରାଜ୍ୟ ବିଦ୍ୟାଳୟସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଇଞ୍ଜିନିୟର ଗୋପାଳକୃଷ୍ଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଅମୀୟ ରଂଜନ ରାଉତରାୟ, ଆଇଏସ୍‌ ଚେସ୍‌ କେନ୍ଦ୍ର ନିର୍ଦେଶକ ମାନସ ପାଣି ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ମୋଟ ୨୭୭ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସୁନ୍ଦରଗଡ଼ର ସାର୍ଥକ ଦେବତା ଶୀର୍ଷ ମାନ୍ୟତା ପାଇଛନ୍ତି। ପ୍ରତିଯୋଗିତା ମୋଟ ୭ ରାଉଣ୍ଡରେ ଖେଳାଯିବ। ପ୍ରଥମ ଦିନରେ ଖେଳାଯାଇଥିବା ତିନି ରାଉଣ୍ଡରେ ୨୬ ଜଣ ଖେଳାଳି ମିଳିତ ଭାବେ ଅଗ୍ରଣୀ ପାଇଛନ୍ତି। ଆଦିତ୍ୟ ରଂଜନ ସାମଲ, ସ୍ୱପୀଲ ପ୍ରିୟଦର୍ଶୀ, ରିଷଭ ଆନନ୍ଦ, ଆଲୋକ ଜୀତ ସାହୁ, କୌସ୍ତୁଭ ଦାସ, ଦେବୀ ପ୍ରସାଦ ନାୟକ, ସାର୍ଥକ ଦେବତା, ପ୍ରିୟାଂଶ ଦାସ, କୌସ୍ତୁଭ ଦାଶ, ବିଜୟଲକ୍ଷ୍ମୀ ବାରିକ, ଅନନ୍ୟା ଅନାମିକା, ଅଭିନବ ପାଲ୍‌, ଆରିନ୍‌ ଅନେ୍ଵଶ ସ୍ୱାଇଁ, ଶ୍ରୀୟାଂଶ ଦାସ, ବିକାଶ କୁମାର ଲେଙ୍କା, ଆୟୁଷ ସାମନ୍ତରାୟ, ହୃଷିକେଶ ମହାପାତ୍ର, ସୁଜ୍ୟୋତ ମହାନ୍ତି, ମିରାକିଲ୍‌ ପଣ୍ଡା, ଶ୍ରେୟାଂଶ ଶୁଭମ୍‌ ପଟ୍ଟନାୟକ, ହର୍ଷିତ ରଂଜନ ସାହୁ, ଜଗଦୀଶ ବାରିକ, ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜୀତ, ତନ୍ମୟ ତ୍ରିପାଠୀ, ଅଭିଜ୍ଞାନ ମହାନ୍ତି, ସୋୟମ ଲକ୍ଷ୍ମୀଦତ୍ତ ସାବତ ତିନି ରାଉଣ୍ଡରୁ ପୂର୍ଣ୍ଣ ୩ ପଏଣ୍ଟ ଲେଖାଏଁ ପାଇ ଅଗ୍ରଣୀ ଅଛନ୍ତି। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଓ ଗଜେନ୍ଦ୍ର ବେହେରା ପରିିଚାଳନା କରୁଛନ୍ତି। ଶଙ୍କର ରାଓ, ସୁମିତ ବାନାର୍ଜୀ, ରଜତ ସାହୁ, ରୁଦ୍ର ତ୍ରିପାଠୀ, ପ୍ରଭାତ ଶତପଥୀ, ପ୍ରତିମା ଆପର୍ଟ, ଅମିର କୁମାର ଦାସ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର