ରାଜ୍ୟ ବିଦ୍ୟାଳୟ ଚେସ୍‌ ୨୨ରେ

ଭୁବନେଶ୍ୱର,: ଓଡ଼ିଶା ରାଜ୍ୟ ସ୍କୁଲ୍‌ ଚେସ୍‌ ସଂଘ ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖରେ ରାଜ୍ୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ଭୁବନେଶ୍ୱର ୟୁନିଟ୍‌-୧ସ୍ଥିିତ ମଦର୍ସ ପବ୍ଲିକ୍‌ ସ୍କୁଲରେ ଅନୁଷ୍ଟିତ ହେବ। ଏଥିରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଶ୍ରେଷ୍ଠ ୧୫ ଜଣଙ୍କ ସହ ବିଭିନ୍ନ ବୟସ ବର୍ଗ (୭, ୯, ୧୧, ୧୩, ଓ ୧୫ ବର୍ଷରୁ କମ୍‌) ଏବଂ ବାଳିକା ବର୍ଗରେ ପ୍ରଥମ ୪ ଜଣକୁ ପୁରସ୍କୃତ କରାଯିବ। ଅଧିକ ବିବରଣୀ ପାଇଁ ୯୯୩୮୩ ୧୮୭୮୭ କିମ୍ବା ୯୪୩୮୫ ୭୧୬୫୯ ନମ୍ବରରେ ଯୋଗାଯୋଗ କରିବାକୁ ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର