ରାଜ୍ୟ ବିଦ୍ୟାଳୟ ଚେସ୍‌ ୨୩ରୁ

କଟକ: କଟକ ଜିଲ୍ଲା ଚେସ୍‌ ସଂଘ ଓ ନିଖିଳ ଓଡ଼ିଶା ଚେସ୍‌ ସଂଘ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଦୁଇ ଦିନିଆ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ଡିସେମ୍ବର ୨୩ ତାରିଖରୁ ଯୋବ୍ରାସ୍ଥିତ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ହେବ। ୫ ରୁ ୧୧ ବର୍ଷର ବୟସ ବର୍ଗରେ ଉଭୟ ବାଳକ ଓ ବାଳିକାଙ୍କ ମଧ୍ୟରେ ପ୍ରତ୍ୟେକ ମ୍ୟାଚ ୭ ରାଉଣ୍ଡ ବିଶିଷ୍ଟ ଖେଳାଯିବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛୁକ ଖେଳାଳିମାନେ ୯୪୩୭୨୦୮୮୬୪ ନମ୍ବର କିମ୍ବା ଯୋବ୍ରା ସଂଗ୍ରହାଳୟରେ ଯୋଗାଯୋଗ କରିପାରିବେ ବୋଲି ଆଇଏସ୍‌ ଚେସ୍‌ କେନ୍ଦ୍ରର ନିର୍ଦ୍ଦେଶକ ମାନସ ପାଣି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର