ରାଜ୍ୟ ବିଦ୍ୟାଳୟ ଓପନ୍‌ ଚେସ୍‌: ତନ୍ମୟ ବିଜେତା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଆନୁକୂଲ୍ୟରେ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ରେ ଆୟୋଜିତ ରାଜ୍ୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ଭୁବନେଶ୍ୱର ଷ୍ଟିଓ୍ଵାର୍ଟ ସ୍କୁଲ୍‌ ଛାତ୍ର ତନ୍ମୟ କୁମାର ବିଜେତା ହୋଇଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ଥିବା ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ଛାତ୍ର ଆର‍୍ୟନ୍‌ ଅର୍ନବ ସାମନ୍ତରାୟ, ତୃତୀୟରେ ଥିବା ନିଖିଳ ସାହୁ (ଭୁବନେଶ୍ୱର ଷ୍ଟିଓ୍ଵାର୍ଟ ସ୍କୁଲ୍‌), ଚତୁର୍ଥରେ ଥିବା ଜଗଦୀଶ ଘଡ଼େଇ (ଡିଏଭି ପବ୍ଲିକ୍‌ ସ୍କୁଲ୍‌, କଳିଙ୍ଗ ନଗର) ଏବଂ ପଞ୍ଚମରେ ଥିବା ପ୍ରଭାଂଶୁ ଦାଶ (ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବରମୁଣ୍ଡା)ଙ୍କ ସହ ମିଳିତି ଭାବେ ୬ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ବୁକ୍‌ହୋଲ୍‌ଜରେ ଆଗୁଆ ରହି ପ୍ରଥମ ସ୍ଥାନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେ ଅନୁରାଗ, ଦେବୀ ନାୟକ (ଉଭୟ ୫.୫), ସଞ୍ଜୟ ରଥ, ଯଶସ୍ୱିନୀ ଷଡ଼ଙ୍ଗୀ, ମିକୁନ ମିଶ୍ର, ଏନ୍‌ ପ୍ରତ୍ୟୁଷ, ଓମ୍‌ ଆଦିତ୍ୟ ଖାଡେଙ୍ଗା, ସାସ୍ୱତ ସାହୁ, ରୋନକ ସେନାପତି ଏବଂ କୁମାର ସାଇଦୀପ ପାତ୍ର (ପ୍ରତ୍ୟେକ ୫) ଯଥାକ୍ରମେ ଷଷ୍ଠରୁ ପଞ୍ଚଦଶ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ପ୍ରତିଯୋଗିତାରେ ୧୭ ବିଦ୍ୟାଳୟର ୧୦୮ ପିଲା ଭାଗ ନେଇଥିଲେ। ସେହିପରି ବିଭିନ୍ନ ବୟସ ବର୍ଗରେ ଆଦିତ୍ୟ ମିଶ୍ର, ସିୟାମ୍‌ ସତ୍ୟାଂଶ, ଯୁବରାଜ ସାହୁ, ତନ୍ମୟ ବେହେରା (୭ରୁ କମ୍‌), ତ୍ରିଦେବ ସାହୁ, ରୋହିତ ମଲ୍ଲିକ, ସାତ୍ୱିକ୍‌ ସମର୍ପଣ, ସିଦ୍ଧାର୍ଥ ମିଶ୍ର (୯ରୁ କମ୍‌), ଶୁଭମ୍‌ ସଂକେତ ସ୍ୱାଇଁ, ଏମ୍‌ ବୈଭବ, ଓଁକାର ଆନନ୍ଦ ମିଶ୍ର, ଶୁଭ୍ରଜିତ୍‌ ବେହେରା (୧୧ରୁ କମ୍‌), ସୁଜିତ୍‌ ଦାଶ, ସୁଧାଂଶୁ ବାରିକ୍‌, ଦିବ୍ୟସିଂହ ରୟ, ଲୁଇସ୍‌ ବିଷୋୟୀ (୧୩ରୁ କମ୍‌), ଅଭିନନ୍ଦନ ପଣ୍ଡା, ପ୍ରତ୍ୟୁଷ ତ୍ରିପାଠୀ, ଅନୁପମ ଚୌଧୁରୀ, ମାନସ ସାହୁ (୧୫ରୁ କମ୍‌) ଏବଂ କେ ଅର୍ପିତା, ସାଇବତନୁ ମିଶ୍ର, ଅନନ୍ୟା ଅପରିମିତା, ଶ୍ରେୟଶ୍ରୀ ମଲ୍ଲ (ବାଳିକା)ଙ୍କୁ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା।ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଯୁଗ୍ମ ସଚିବ ରୂପ ନାରାୟଣ ଦାସ, ଆୟୋଜକ ସଂଘର ଉପସଭାପତି ରାଜକିଶୋର ଘଡେଇ, ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ଶାରିରୀକ ଶିକ୍ଷା ବିଭାଗୀୟ ମୁଖ୍ୟ ସତ୍ୟରଞ୍ଜନ ସ୍ୱାଇଁ ଏବଂ କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର