ରାଜ୍ୟ ସ୍ନୁକର ଆରମ୍ଭ

0 7

କଟକ: କଟକ କ୍ଲବ୍‌ରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ରାଜ୍ୟ ସ୍ନୁକର ପ୍ରତିଯୋଗିତା। ପ୍ରଥମ ଦିନ କନିଷ୍ଠ ସ୍ନୁକରରେ ତରୁଣ ପଟ୍ଟନାୟକ ୨-୧ରେ ନିଶି ପ୍ରକାଶ ଦାସଙ୍କୁ, ବରୁଣ ନାଏକ ୨-୧ରେ ନିଶି ପ୍ରକାଶ ଦାସଙ୍କୁ ଏବଂ ଅବିନାଶ ମହାପାତ୍ର ୨-୦ରେ ବରୁଣ ନାଏକଙ୍କୁ ପରାସ୍ତ କରିଛନ୍ତି। ଓଡ଼ିଶା ବିଲିଆର୍ଡସ୍‌ ଓ ସ୍ନୁକର ସଂଘର ସଭାପତି ତାରାରଞ୍ଜନ ପଟ୍ଟନାୟକ, ସଂପାଦକ ଶ୍ରୀମୟ କର ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ବିଲିୟାର୍ଡ୍ସ ଓ ସ୍ନୁକର ସ˚ଘ ଆନୁକୂଲ୍ୟରେ ଆୟୋଜିତ ଏହି ମାନ୍ୟତା ପ୍ରତିଯୋଗିତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ବରିଷ୍ଠ ସ୍ନୁକରରେ ୩୬, ବରିଷ୍ଠ ବିଲିୟାର୍ଡ୍ସରେ ୭, କନିଷ୍ଠ ସ୍ନୁକରରେ ୫, କନିଷ୍ଠ ବିଲିୟାର୍ଡ୍ସରେ ୨ ଜଣ ନାମ ପଞ୍ଜିକରଣ କରିଛନ୍ତି। ବରିଷ୍ଠ ସ୍ନୁକରର ଶ୍ରେଷ୍ଠ ୩ ଜଣ ଓ ବରିଷ୍ଠ ବିଲିୟାର୍ଡ୍ସର ଶ୍ରେଷ୍ଠ ୨ ଜଣ ଏବ˚ କନିଷ୍ଠ ବିଭାଗରୁ ଶ୍ରେଷ୍ଠ ଦୁଇ ଜଣ ଲେଖାଏଁ ଖେଳାଳି ଆସନ୍ତା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ଗୋବିନ୍ଦ ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.