ରାଜ୍ୟ ସ୍ନୁକର ସେମି‌ରେ ସୁବ୍ରତ, ସିଦ୍ଧାର୍ଥ

ଭୁବନେଶ୍ବର: ସୁବ୍ରତ ଦାସ ଏବଂ ସିଦ୍ଧାର୍ଥ ସେନ୍‌ କଟକ କ୍ଲବ୍‌ରେ ଚାଲିଥିବା ରାଜ୍ୟ ସ୍ନୁକର ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ସୁବ୍ରତ ଦାସ ୪-୨ ‌(୭୩-୨୩, ୬୫-୨୩, ୨୭-୫୭, ୨୯-୫୯, ୬୩-୨୪, ୫୪-୧୬) ସେଟ୍‌ରେ ଜାକିର ଅଲ୍ଲୀ ଖାନ୍‌ଙ୍କୁ ପରାସ୍ତ କରିଥିଲେ। ‌ଦ୍ବିତୀୟ କ୍ବାର୍ଟର୍ ଫାଇନାଲ୍‌ରେ ସିଦ୍ଧାର୍ଥ ୪-୦ (୬୩-୨୪, ୬୦-୧୮, ୫୨-୦୪, ୭୦-୨୯) ସେଟ୍‌ରେ ଅବିନାଶ ମହାପାତ୍ରଙ୍କୁ ହରାଇଥିଲେ। ସୁବ୍ରତ ଏବଂ ସିଦ୍ଧାର୍ଥ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ୧୫ ତାରିଖରେ ଖେଳାଯିବ। ବୁଧବାର ଜିତେନ୍‌ ଷଡ଼ଙ୍ଗୀ ଓ ଆକାଶ ମହାପାତ୍ରଙ୍କ ମଧ୍ୟରେ ତୃତୀୟ ଏବ˚ ରୁମିତ ଗୁପ୍ତା ଓ ରାକେଶ ରୋଶନ ପ୍ରଧାନଙ୍କ ମଧ୍ୟରେ ଚତୁର୍ଥ କ୍ବାର୍ଟର୍‌ ଫାଇନାଲ୍ ମ୍ୟାଚ‌୍‌ ଖେଳାଯିବ।

ସମ୍ବନ୍ଧିତ ଖବର