ରାଜ୍ୟ ସ୍ପୋର୍ଟସ୍‌ ଓ୍ଵାଲ୍‌ କ୍ଲାଇମ୍ବିଂ ଉଦ୍‌ଯାପିତ, ଅନୁପମା, ରଜନୀ ଶ୍ରେଷ୍ଠ

ଭୁବନେଶ୍ୱର: ରାଜ୍ୟ ସ୍ପୋର୍ଟସ୍‌ ଓ୍ଵାଲ୍‌ କ୍ଲାଇମ୍ବିଂ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଛି। ଓଡ଼ିଶା ସ୍ପୋର୍ଟସ୍‌ ଓ୍ଵାଲ୍‌ କ୍ଲାଇମ୍ବି ସଂଘ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ର ସ୍ପୋର୍ଟସ୍‌ କ୍ଲାଇମ୍ବିଂ କଂପ୍ଲେକ୍ସରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ରଜନୀ ବିଶି (ପୁରୁଷ) ଏବଂ ଅନୁପମା ସ୍ୱାଇଁ (ମହିଳା) ଶ୍ରେଷ୍ଠ ପର୍ବତାରୋହୀ ହୋଇଥିଲେ। ରବିବାର ପୁରୁଷ ଓପନ୍‌ ଲିଡ୍‌ରେ ଉତ୍କଳ କରାଟେ ସ୍କୁଲ୍‌ର ବିଷ୍ଣୁ କୋଲର ପ୍ରଥମ, ରଜନୀ ବିଶି ଦ୍ୱିତୀୟ ଓ ସୁନ୍ଦରଗଡ଼ର ସୋମନାଥ ମୁଣ୍ଡାରୀ ତୃତୀୟ ସ୍ଥାନ ପାଇଥିଲେ। ମହିଳା ଓପନ୍‌ ଲିଡ୍‌ରେ ଉତ୍କଳ କରାଟେ ସ୍କୁଲ୍‌ର ଅନୁପମା ସ୍ୱାଇଁ ଓ ଗାୟତ୍ରୀ ମୁର୍ମୁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ସମ୍ବଲପୁରର ମୋନିକା ବେକ୍‌ ଦ୍ୱିତୀୟ ସ୍ଥାନରେ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ଭାରତୀୟ ପର୍ବତାରୋହଣ ସଂସ୍ଥା (ଆଇଏମ୍‌ଏଫ୍‌) ପୂର୍ବାଞ୍ଚଳ ସମିତି ଅଧ୍ୟକ୍ଷ ଉଜ୍ୱଳ ଗାଙ୍ଗୁଲି ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର