ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଏବଂ ବିଜୁ ପଟ୍ଟନାୟକ ସନ୍ତରଣାଗାର ପରିଚାଳନା ସମିତି ମିଳିତ ଅନୁକୂଲ୍ୟରେ ରବିବାରଠାରୁ ୫୯ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡ଼ିୟମ ସନ୍ତରଣାଗାରରେ ଆରମ୍ଭ ହୋଇଛି। ପ୍ରଥମ ଦିନର ପ୍ରତିଯୋଗିତା ଗୁଡ଼ିକରେ ଅମିୟ ପ୍ରଧାନ, ଜାଦୁ ବଡ଼କ, ଦେଶପ୍ରୀତ୍‌ କଉର୍‌ ସୋଢ଼ୀ, ସୁଧୀର ହୋଣ୍ଡା, ଭର୍ଦା ଶତପଥୀ, ସୋହନ ବାରିକ, ମନୋଜ ବେହେରା, ମନୋତା ମିଶ୍ର, ଅର୍ପିତା ସାହୁ, ଏମ୍‌ ମହାପାତ୍ର, ପୀୟୂଷ ଠାକୁର, ପ୍ରଣୀତ ଗୌରବ ସାହୁ, ପ୍ରଣୀତ୍‌ କୁମାର ପ୍ରଧାନ, କୁନ୍ତି ଭୂରିଆ, ମାଭରିନ ଅରିଫ୍‌, ବିକାଶ ହରିପାଲ୍‌, ପ୍ରତ୍ୟାଶା ରାୟ, ଆଲୋକ ଡୁଙ୍ଗ ଡୁଙ୍ଗ୍‌, ରୀନା କବାସି ପ୍ରମୁଖ ନିଜ ନିଜ ବର୍ଗରେ ବିଜେତା ହୋଇଛନ୍ତି। ସୋହନ ବାରିକ ଏବଂ ଅମିୟ ପ୍ରଧାନ ୨ଟି ଲେଖାଏଁ ବର୍ଗରେ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଅର୍ନ୍ତଜାତୀୟ ତାରକା ପ୍ରତ୍ୟାଶା ରାୟ ୧୦୦ ମିଟର୍‌ ବଟରଫ୍ଲାଏରେ ୧:୧୪.୭୨ ସମୟ ନେଇ ଶୀର୍ଷରେ ରହିଥିଲେ। ଉସୋମବାର ଏହି ଦୁଇ ଦିନିଆ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ୧୫ ଜିଲ୍ଲାରୁ ୯୨ ବାଳିକାଙ୍କ ସହିତ ମୋଟ ୨୯୦ ଜଣ ଭାଗନେଇ ନୂଆ ରାଜ୍ୟ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ରାଜ୍ୟ ସଂଘ ସମ୍ପାଦିକା ତଥା ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏହାକୁ ରବିବାର ଉଦ୍‌ଘାଟନ କରିଥିଲେ। ରାଜ୍ୟ ସଂଘ କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଦିଲ୍ଲାବର ହୁସେନ ଏବଂ ସୁନ୍ଦରମଣୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର