ରାଜ୍ୟ ସନ୍ତରଣ ପ୍ରତିଯୋଗିତା ମେ’ ୨୭ରୁ

ସମ୍ବଲପୁର: ୫୯ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ମେ’ ୨୭ ଓ ୨୮ ତାରିଖରେ ସମ୍ବଲପୁରର ଡା. ଝସକେତନ ସାହୁ ସନ୍ତରଣାଗାରରେ ଅନୁଷ୍ଠିତ ହେବ। ୨୭ ତାରିଖରେ କନିଷ୍ଠ ଓ ଉପକନିଷ୍ଠ ବାଳକ ଓ ବାଳିକା ଏବଂ ୨୮ରେ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ହେବ। ୨୦୦୧ରୁ ୨୦୦୩ ମଧ୍ୟରେ ଜନ୍ମିତ ଖେଳାଳି କନିଷ୍ଠ (ଗ୍ରୁପ୍‌-୧), ୨୦୦୪ ଓ ୨୦୦୫ରେ ଜନ୍ମିତ ପ୍ରତିଯୋଗୀ କନିଷ୍ଠ (ଗ୍ରୁପ୍‌-୨), ୨୦୦୬ ଓ ୨୦୦୭ରେ ଜନ୍ମିତ ପ୍ରତିଯୋଗୀ ଉପକନିଷ୍ଠ (ଗ୍ରୁପ୍‌-୩) ତଥା ୨୦୦୮ ଓ ୨୦୦୯ରେ ଜନ୍ମିତ ଖେଳାଳି ଉପକନିଷ୍ଠ (ଗ୍ରୁପ୍‌-୪)ରେ ଭାଗ ନେବେ। ବରିଷ୍ଠ ଓ କନିଷ୍ଠ ବର୍ଗରେ ୫୦, ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟର ଫ୍ରି-ଷ୍ଟାଇଲ, ୫୦, ୧୦୦ ଓ ୨୦୦ ମିଟର୍‌ ବ୍ୟାକ୍‌ ଷ୍ଟ୍ରୋକ, ବ୍ରେଷ୍ଟ ଷ୍ଟ୍ରୋକ, ବଟରଫ୍ଲାଏ, ୨୦୦ ଓ ୪୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେ, ୪ ଗୁଣା ୧୦୦ ଓ ୪ ଗୁଣା ୨୦୦ ଫ୍ରି-ଷ୍ଟାଇଲ୍‌ ରିଲେ ଏବଂ ୪ ଗୁଣା ୧୦୦ ମିଟର ମିଡ୍‌ଲେ ରିଲେ ଶୃଂଖଳାରେ ପ୍ରତିଯୋଗିତା ହେବ। ବାହାର ଖେଳାଳିମାନଙ୍କ ରହିବା ଓ ପ୍ରତିଯୋଗିତା ଦିନ ଖାଇବା ବ୍ୟବସ୍ଥା କରାଯାଇଛି। ଆଗ୍ରହୀ ପ୍ରତିଯୋଗୀମାନେ ମେ’ ୨୫ ତାରିଖ ସୁଦ୍ଧା ନିଜ ନାମ ପଞ୍ଜୀକରଣ କରାଇବାକୁ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି। ଅଧିକ ବିବରଣୀ ପାଇଁ ସଂଘ ସଂପାଦକ ଦିଲାଓ୍ଵର ହୁସେନ (୯୪୩୮୦୮୫୯୯୫)ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର