କଟକ: ଜବାହରଲାଲ୍ ନେହରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ଦିନ ଏଜି ଓଡ଼ିଶା ପୁରୁଷ ବିଭାଗ ଫାଇନାଲ୍ରେ ପ୍ରବେଶ କରିଛି। ସେମି ଫାଇନାଲ୍ରେ ଏଜି ୩-୦ରେ କଟକ ଏ’କୁ ହରାଇଥିଲା। ଫାଇନାଲ୍ରେ ଏଜିର ମୁକାବିଲା ପୂର୍ବତଟ ରେଳବାଇ ଓ କଟକ ବି’ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ସେମି ଫାଇନାଲ୍ର ବିଜେତା ସହ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ କନିଷ୍ଠ ବାଳକ ସେମି ଫାଇନାଲ୍ରେ କଟକ ଏ’ ୩-୦ରେ କିଟ୍କୁ, ଖୋର୍ଧା ୩-୨ରେ ଭୁବନେଶ୍ବରକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଉପକନିଷ୍ଠ ବାଳକରେ ଅନିନ୍ଦ୍ୟ ଦାସ, ଶ୍ରେୟା˚ସ ସାହୁ, ନକୁଳ ଜାମୁଳା, ଆୟୂଷ ମହାନ୍ତି, ଦ୍ବାରିକାନାଥ ସ୍ବାଇଁ, ଅଙ୍କୁର ବିଶ୍ବାଳ, ସନ୍ତୋଷ ପ୍ରିତମ କ୍ବାର୍ଟର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉପକନିଷ୍ଠ ବାଳିକା କ୍ବାର୍ଟର ଫାଇନାଲ୍ରେ ଶ୍ବେତପଦ୍ମା ଦଳାଇ, ସୋହାଲିକା ସୋଦାଭରମ, ସୁଶ୍ରୀ ପଟ୍ଟନାୟକ ଓ ବୈଶାଖୀ ବଳ ବିଜୟୀ ହୋଇଛନ୍ତି। ସେହିପରି କ୍ୟାଡେଟ ବାଳକ କ୍ବାର୍ଟର ଫାଇନାଲ୍ରେ ଅନିନ୍ଦ୍ୟ ଦାସ, ଜିଜ୍ଞାସୁ ସାହୁ, ଅର୍ଚ୍ଚିତ ବେହେରା, ଶ୍ରେୟାନ ଧର ବିଜୟୀ ହୋଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ୟାଡେଟ ବାଳିକାରେ ସିଧିକା ସଦାଭରମ୍-ସାକ୍ଷୀ ଭଗତ, ଭୂମିକା ବଳ-ଉର୍ଜା ବର୍ମା ସେମି ଫାଇନାଲ୍ରେ ଭେଟାଭେଟି ହେବେ।