ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ୨୭ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାର ରବିବାର ମହିଳା ବିଭାଗରେ ୪୦ରୁ ଊର୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ଦ୍ବିତୀୟ ଦିବସରେ ମୋଟ ଉପରେ ୧୭ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ପୂର୍ବତନ ଅନ୍ତର୍ଜାତୀୟ ଶକ୍ତିଉତ୍ତୋଳକ ରାନୁ ମହାନ୍ତି ଏବଂ ପ୍ରଦୀପ କୁମାର ପାତ୍ର ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ରବିବାର ମୟୂରଭଞ୍ଜର ଅଭିଷେକ ମହାନ୍ତ (୬୬ କେଜି) ଏବଂ ଖୋର୍ଦ୍ଧାର ବିଶ୍ବଜିତ ଜେନା (୭୪ କେଜି) ଉଭୟ ବରିଷ୍ଠ ଓ କନିଷ୍ଠରେ ସ୍ବର୍ଣ୍ଣ ପଦକ ଜିତି ଯୁଗଳ ସଫଳତା ପାଇଥିଲେ। ଅନ୍ୟ ସ୍ବର୍ଣ୍ଣ ପଦକ ବିଜେତାମାନେ ହେଲେ କିଷନ ହାଂସ୍ଦା, ନୀଳରାମ ସାମଲ, ଦୁଃଖିରାମ ମାରାଣ୍ଡି, ଚନ୍ଦନ କୁମାର ସାହୁ, ସୁଭେନ୍ଦୁ କୁମାର ନାୟକ, ଭାସ୍କର କୋନ୍ଦାଗିର, ଜି ଭେଙ୍କଟ ରାଓ, ଦିବାକର ଗୋଚ୍ଛାୟତ, ରାଜ କିଶୋର ନାୟକ, ବାପୁନ ବେହେରା, ମହେନ୍ଦ୍ର କୁମାର ରାଉତ, କୃଷ୍ଣ ଚନ୍ଦ୍ର ସାହୁ ଓ ପବିତ୍ର ମୋହନ ନାଥ।
ରାଜ୍ୟ ଶକ୍ତିଉତ୍ତୋଳନ: ଅଭିଷେକ, ବିଶ୍ବଜିତଙ୍କୁ ଯୁଗଳ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2019/12/65x4h564fhf654hf64h65fh4f5h465fs4h6sfhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)