ରାଜ୍ୟ ମହିଳା ‌‌ଚେସ୍‌: ସ୍ମାରକୀ ବି‌‌ଜେତା

ଭୁବନେଶ୍ବର: ଚତୁର୍ଥ ନଳୀନିକାନ୍ତ ମହାନ୍ତି ସ୍ମାରକୀ ଓଡ଼ିଶା ରାଜ୍ୟ ମହିଳା ‌ଚେସ୍‌ ପ୍ରତିଯୋଗିତା ‌ରବିବାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଖେଳାଳି ସ୍ମାରକୀ ମହାନ୍ତି ବିଜେତା ଏବଂ ଖୋର୍ଧାର ୟାଶିତା ରାଉତ ଉପବିଜେତା ହୋଇଥିଲେ। ‌କଟକର ପ୍ରକୃତି ମହାନ୍ତି (ତୃତୀୟ) ଓ ଏୗଶର୍ଯ୍ୟା ସାହୁ (ଚତୁର୍ଥ) ଏବଂ ଖୋର୍ଧାର ଅନନ୍ୟା ଅନାମିକା ଓ କୃଷ୍ଣା ମିଶ୍ର, କଟକର ସିମି ସିକୃତୀ, ଦିବ୍ୟାଶ୍ରିତା ସ୍ବାଇଁ ଓ ସ‌ାଇ ସମ୍ପ୍ରଦା ମହାନ୍ତି ଏବଂ ଗଞ୍ଜାମର ରଶ୍ମିତା କୁମାରୀ ପାତ୍ରୋ ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ନୀତିଶା ସୁର, ଶ୍ରୀୟା ପ୍ରିୟଦର୍ଶିନୀ, ନିୟତି ନିହାରିକା ମହାପାତ୍ର ଓ ‌ଶ୍ରେୟାଂଶୀ ମଲ୍ଲ ପ୍ରଥମ ସ୍ଥାନରେ ରହି ପୁରସ୍କାର ପାଇଥି‌ଲେ। ଉଦ୍‌ଯାପନୀ ଉତ୍ସବରେ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଚେସ୍‌ ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ, ସୁରେଶ ଚନ୍ଦ୍ର ସାହୁ, ରାକେଶ ମହାନ୍ତି, ମନୋଜ ପଣ୍ଡା, ହାଡ଼ିବନ୍ଧୁ ସିଂହ, ନାରାୟଣ ଦାସ ଓ ଭବେଶ ମହାନ୍ତି ପ୍ରମୁଖ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର