ରାଜ୍ୟ କୁସ୍ତି ପ୍ରତିଯୋଗିତା ଜାନୁଆରି ୨୦ରୁ:

ଭୁବନେଶ୍ୱର: ଅନ୍ତଃଜିଲ୍ଲା ରାଜ୍ୟ କୁସ୍ତି ପ୍ରତିଯୋଗିତା ଜାନୁଆରି ୨୦ ଏବଂ ୨୧ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲ୍‌ଠାରେ ଅନୁଷ୍ଠିତ ହେବ। ରବିବାର ଓଡ଼ିଶା ରାଜ୍ୟ କୁସ୍ତି ସଂଘର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିଲା। ଖୋର୍ଧା ଜିଲ୍ଲା କୁସ୍ତି ସଂଘ ଏବଂ ଉତ୍କଳ କରାଟେ ସ୍କୁଲ୍‌ର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଏଥିରୁ ଆଗକୁ ହେବାକୁଥିବା ଜାତୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସଂଯୋଜକ ଦେବେନ୍ଦ୍ର କୁମାର ସାହୁ (୯୩୩୮୧ ୨୫୭୭୫)ଙ୍କୁ ଯୋଗାଯୋଗ କରିବାକୁ ସଂଘ ପକ୍ଷରୁ କୁହାଯାଇଛି। ବୈଠକରେ ରାଜ୍ୟ ସଂଘର ସଭାପତି ରାମଚନ୍ଦ୍ର ପାଢ଼ୀ, ସମ୍ପାଦକ ବିନୋଦ ଚନ୍ଦ୍ର ଦାସ, କଟକ ଜିଲ୍ଲା ସଂଘ ସମ୍ପାଦକ କିଶୋର ଚନ୍ଦ୍ର ବେହେରା, ପୁରୀ ଜିଲ୍ଲା କ୍ରୀଡ଼ାସଂଘ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ରାଜ୍ୟ କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ, କଟକ କୁସ୍ତି ସଂଘ କାର୍ଯ୍ୟକାରୀ ସଭାପତି ବିରଜା ପ୍ରସାଦ ଦାସ, ନାରାୟଣ ନାୟକ, କାଳନ୍ଦୀ ଚରଣ ମଲିଆ, କୁମାର ରାୟ, ଢେଙ୍କାନାଳର ସ୍ୱପ୍ନେଶ୍ୱର ନାୟକ, ସନ୍ତୋଷ କୁମାର ଦାସ, ଗୌରୀ ମହାନ୍ତି ଏବଂ ଖୋର୍ଧା ଜିଲ୍ଲା କୁସ୍ତି ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ, ମିର୍‌ ଅଜ୍‌ମତ ଅଲ୍ଲୀ, ପ୍ରିୟଦର୍ଶନୀ ଘଟୁଆରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର