ରାଜ୍ୟ କାୟାକି˚ ଓ କାନୋଇ˚ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ୧୪ତମ ରାଜ୍ୟ କାୟାକି˚ ଓ କାନୋଇ˚ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଓଡ଼ିଶା କୟାକି˚ ଓ କାନୋଇ˚ ସ˚ଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଭାରତୀୟ ମହାସ˚ଘର ଉପ ସଭାପତି ବିନୋଦ ଦାଶ, କେନ୍ଦୁଝର ସେବି ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ପ୍ରତିଷ୍ଠାତା ନୃସି˚ହ ନାରାୟଣ ଦାଶ, ସାଇ ଜଳକ୍ରୀଡ଼ା କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଜନସନ ସି˚ହ, ଅଲମ୍ପିଆଡ୍‌ ତଥା ପ୍ରଶିକ୍ଷକ ପି.ଟି. ପାଉଲୁସ୍‌ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ପ୍ରଥମ ଦିନରେ ୧୦୦୦ ମିଟର ପୁରୁଷ କେ୧ରେ ଟମ୍‌ଥିଲ୍‌ଙ୍ଗାନ୍‌ବା ଗାସେପମ୍‌, ସି୧ରେ ଗାନ୍ଥୋଇ ସି˚ହ, ମହିଳା କେ୨ରେ ଫୁଲମଣୀ ଖାଖା ଓ ଏସ୍‌ମା ବାର୍ଲା, କନିଷ୍ଠ ବାଳକ କେ୪ରେ ର˚ଜିତ ନାୟକ, ମୋଇରଙ୍ଗଥେମ୍‌ ରୋଜର ସି˚ହ, ଟମ୍‌ଥିଲଙ୍ଗାନ୍‌ବା ଗାସେପମ୍‌, ଵାଇ.ଗୀତଚନ୍ଦ୍ର ସି˚ହ, ମହିଳା ସି୧ରେ ହେଇସନାମ ବିଦ୍ୟାପତି ଚାନୁ, ସି୨ରେ ସଲାମ ଆର୍ସି ଦେବୀ ଓ ହେଇସ୍‌ନାମ ବିଦ୍ୟାପତି ଚାନୁ, କେ୧ରେ ଫୁଲମଣି ଖାଖା, ପୁରୁଷ କେ୨ରେ ରାହୁଲ ସି˚ହ ଓ ନାନାଓ ମେଇତେଇ, ସି୪ରେ ଅମର ଲାଇସ୍‌ରାମ, ନାଓବି ସି˚ହ, ଙ୍ଗାଥୋଇ ସି˚ହ, ସଲାମ ଦେବୀସନ ସି˚ହ, କନିଷ୍ଠ ମହିଳା କେ୪ରେ ସନ୍ଧ୍ୟାରାଣୀ ଦେବୀ, ଆରତୀ, ସୃତି, ଓଇନାମ ବିଦ୍ୟାଦେବୀ, କନିଷ୍ଠ ବାଳକ କେ୧ରେ ଟମ୍‌ଥିଲଙ୍ଗାନ୍‌ବା ଗାସେପମ୍‌ ପ୍ରଥମ ସ୍ଥାନରେ ରହିଛନ୍ତି। ରବିବାର ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର