ଷ୍ଟିମାକ୍‌ ଭାରତୀୟ ଫୁଟ୍‌ବଲ୍‌ର ନୁଆ ପ୍ରଶିକ୍ଷକ

0

ନୂଆଦିଲ୍ଲୀ: କ୍ରୋଏସିଆ ବିଶ୍ବକପ୍‌ ଦଳର ସଦସ୍ୟ ତଥା ପୂର୍ବତନ ପ୍ରବନ୍ଧକ ଇଗୋର୍‌ ଷ୍ଟିମାକ୍‌ ଭାରତୀୟ ଫୁଟ୍‌ବଲ୍‌ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୯୮ ବିଶ୍ବକପ୍‌ ଦଳର ସଦସ୍ୟ ଥିବା ୫୧ ବର୍ଷ ବୟସ୍କ ଷ୍ଟିମାକ୍‌ ଏହି ପଦରେ ଦୁଇ ବର୍ଷ ରହିବେ। ଫଳରେ ଷ୍ଟିଫେନ୍‌ କୋନ୍‌ଷ୍ଟାଣ୍ଟିନେଙ୍କ ପଦ ଛାଡ଼ିବା ପରଠୁ ଗତ ଜାନୁଆରିରୁ ଭାରତୀୟ ଦଳ ବିନା ପ୍ରଶିକ୍ଷକରେ ରହିଥିଲା। ହେଲେ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ବୁଧବାର ଷ୍ଟିମାକ୍‌ଙ୍କ ନାମରେ ମୋହର ଲଗାଇବା ପରେ ଏହି ପଦ ପୂରଣ ହୋଇଛି। ଏଆଇଏଫ୍‌ଏଫ୍‌ ୪ ଜଣ ଆଶାୟୀଙ୍କ ସାକ୍ଷାତକାର ନେବା ପରେ ବୈଷୟିକ ସମିତି ମୁଖ୍ୟ ଶ୍ୟାମ ଥାପ୍ପା ଗତ ଗୁରୁବାର ଷ୍ଟିମାକ୍‌ଙ୍କ ନାମ ସୁପାରିସ କରିଥିଲେ। ଫଳରେ କେବଳ ଔପଚାରିକତା ଦୃଷ୍ଟିରୁ ତାଙ୍କ ନାମ ଘୋଷଣା ବାକିଥିଲା। ବୁଧବାର ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ ସମିତି ଷ୍ଟିମାକ୍‌ଙ୍କ ନିଯୁକ୍ତି ନେଇ ସ୍ପଷ୍ଟ କରିଛି। ଷ୍ଟିମାକ୍‌ଙ୍କ ନିଯୁକ୍ତିକୁ ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ ପଟେଲ ସ୍ବାଗତ କରିବା ସହିତ ତାଙ୍କ ଅଭିଜ୍ଞତା ହିଁ ଭାରତୀୟ ଫୁଟ୍‌ବଲ୍‌କୁ ଉପରସ୍ତରକୁ ନେବାରେ ସହାୟକ ହେବ ବୋଲି କହିଛନ୍ତି। ସେହିପରି ଷ୍ଟିମାକ୍‌ଙ୍କ ନିଯୁକ୍ତିରୁ ଭାରତୀୟ ଫୁଟ୍‌ବଲ ଫାଇଦା ଉଠାଇପାରିବ ବୋଲି କହିଛନ୍ତି ଏଆଇଏଫ୍‌ଏଫ୍‌ ସାଧାରଣ ସଂପାଦକ କୁଶାଲ ଦାସ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.