ଷ୍ଟିପଲ୍‌ଚେଜର ଅଭିନାଶଙ୍କୁ ବିଶ୍ବ ଯୋଗ୍ୟତା

ପାତିଆଲା: ପାତିଆଲା ସ୍ଥିତ ଜାତୀୟ କ୍ରୀଡ଼ା ସଂସ୍ଥାନ (ଏନଆଇଏସ୍)ରେ ଆୟୋଜିତ ଫେଡେରେସନ୍‌ କପ୍‌ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ଏହି ପ୍ରତିଯୋଗିତାର ଷ୍ଟିପଲ୍‌ଚେଜ୍‌ରେ ଅଭିନାଶ ସାବଲ୍‌ ନିଜ ନାମରେ ଥିବା ଜାତୀୟ କୀର୍ତିମାନ ଭାଙ୍ଗିବା ସହ ବିଶ୍ବ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ ପ୍ରତିଯୋଗିତାରେ ମହାରାଷ୍ଟ୍ରର ଏହି ୨୪ ବର୍ଷୀୟ ତାରକା ୮:୨୮.୯୪ ମିନିଟ୍‌ ସମୟ ନେଇ ସ୍ବର୍ଣ୍ଣ ଜିତିଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ସେ (୮:୨୯.୮୦) ନୂଆ ଜାତୀୟ କୀର୍ତିମାନ କରିଥିଲେ।

ସମ୍ବନ୍ଧିତ ଖବର