ଷ୍ଟୋକ୍ସ ଦୋଷମୁକ୍ତ, ଦଳରେ ସାମିଲ

ଲଣ୍ଡନ,: ନାଇଟ୍‌ କ୍ଲବ୍‌ ମାରପିଟ୍‌ ମାମଲାରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦୋଷମକ୍ତ ହୋଇଛନ୍ତି। ୭ ଦିନର ଶୁଶାଣି ପରେ ଇଂଲଣ୍ଡ ଅଦାଲତ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇ ନାହିଁ। ଆତ୍ମରକ୍ଷା ପାଇଁ ସେ କ୍ଲବର ଦୁଇ ଜଣ ଗ୍ରାହକଙ୍କୁ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଷ୍ଟୋକ୍ସ ସଫେଇ ଦେଇଥିଲା ବେଳେ ବିଚାରକ ମଣ୍ଡଳି ଏହାକୁ ଗ୍ରହଣ କରି ନେଇଛି। ସେହିଭଳି ତାଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଦୋଷମୁକ୍ତ ହେବା ପରେ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ନଟିଂହାମରେ ଖେଳା ଯିବାକୁ ଥିବା ତୃତୀୟ ଟେଷ୍ଟ୍‌ ଲାଗି ନିଜ ୧୩ ଜଣିଆ ଦଳରେ ସାମିଲ କରିଛି।

ସମ୍ବନ୍ଧିତ ଖବର