ବ୍ରିଷ୍ଟଲ ଅଦାଲତରେ ହାଜର ହେଲେ ଷ୍ଟୋକ୍ସ

ବମିଂହାମ: ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ନାଇଟ୍‌ କ୍ଲବ୍‌ ଗଣ୍ଡଗୋଳ ଘଟଣାର ଶୁଣାଣି ସୋମବାର ଆରମ୍ଭ ହୋଇଛି। ଷ୍ଟୋକ୍ସ ନିଜ ଉପରୁ ନିୟନ୍ତ୍ରଣ ହରାଇ ଏବଂ ପ୍ରତିଶୋଧ ପରାୟଣ ହୋଇ ଦୁଇ ଜଣ ସାଧାରଣ ଲୋକଙ୍କୁ ଆକ୍ରମଣ କରି ସେମାନଙ୍କୁ ଲହୁ ଲୁହାଣ କରି ଦେଇଥିବା ସରକାରୀ ଓକିଲ ମାନ୍ୟବର ବିଚାରପତିଙ୍କୁ ଆଜି ଅବଗତ କରାଇଛନ୍ତି। ମାମଲାର ଶୁଣାଣି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଷ୍ଟୋକ୍ସ ଐତିହାସିକ ଲର୍ଡସ ପଡ଼ିଆରେ ଖେଳା ଯିବାକୁ ଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ୨୭ ବର୍ଷୀୟ ଷ୍ଟୋକ୍ସ ଇଂଲଣ୍ଡର ପ୍ରଥମ ଟେଷ୍ଟ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର