କେନ୍ଦ୍ରୀୟ ବିଦ୍ୟାଳୟ ଜୁଡ଼ୋ ଶୁଭଲକ୍ଷ୍ମୀଙ୍କୁ ରୌପ୍ୟ

ସମ୍ବଲପୁର: ସମ୍ବଲପୁର ସାଓଲିନ୍‌ କୁଂଫୁ ଓ ଉଷୁ ଆସୋସିଏସନ୍‌ର ପ୍ରଶିକ୍ଷାର୍ଥୀ ଶୁଭଲକ୍ଷ୍ମୀ ମାଝି ଉତ୍ତର ପ୍ରଦେଶର ମଥୁରାରେ ଅନୁଷ୍ଠିତ ୪୯ତମ କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ କ୍ରୀଡ଼ାର ଜୁଡ଼ୋରେ ରୌପ୍ୟ ପଦକ ଜିତିଛନ୍ତି। ସେ ୩୬ କେଜି ବାଳିକା ବର୍ଗରେ ଦ୍ୱିତୀୟ ହୋଇ ରୌପ୍ୟ ହାସଲ କରିଛନ୍ତି। ତାଙ୍କ ପିତା କଦାଇ ମାଝି ଜଣେ ପ୍ରଶାସନିକ ଅଧିକାରୀ ହୋଇଥିଲାବେଳେ ମାତା ତପସ୍ୱିନୀ ମାଝି ଜଣେ ଗୃହିଣୀ। ପିତାଙ୍କର ଅନୁଗୁଳ ବଦଳି ହୋଇଯିବା ପରେ ବି ଶୁଭଲକ୍ଷ୍ମୀ ଓ ତାଙ୍କ ଦୁଇ ଭଉଣୀ ଦିବ୍ୟଲକ୍ଷ୍ମୀ ଏବଂ ବିଜୟ ଲକ୍ଷ୍ମୀ ଦୁଇ ବର୍ଷ ହେଲା ପ୍ରତି ରବିବାର ଓ ଛୁଟି ଦିନ ମାନଙ୍କରେ ସମ୍ବଲପୁର ଆସି ସାଓଲିନ୍‌ କୁଂଫୁର ମୁଖ୍ୟ ପ୍ରଶିକ୍ଷକ ସୁବାସ ବେହେରାଙ୍କଠାରୁ ତାଲିମ ନେଉଛନ୍ତି। ଶୁଭଲକ୍ଷ୍ମୀ ବର୍ତ୍ତମାନ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ।

ସମ୍ବନ୍ଧିତ ଖବର