ସୁକୁମା ସର୍ବଭାରତୀୟ କ୍ରିକେଟ୍‌: ବିଦର୍ଭକୁ ହରାଇଲା ଟାଉନ୍‌ କ୍ଲବ୍‌

ଭୁବନେଶ୍ୱର: ଛତିଶଗଡ଼ର ସୁକୁମାରେ ଚାଲିଥିବା ସର୍ବଭାରତୀୟ ବଳୀରାମ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ଭୁବନେଶ୍ୱର ଟାଉନ୍‌ କ୍ଲବ୍‌ ଦଳ ୬୦ ରନ୍‌ରେ ଗତବର୍ଷର ବିଜେତା ବିଦର୍ଭକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଟାଉନ୍‌ କ୍ଲବ୍‌ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିଥିଲା। ଦଳ ପକ୍ଷରୁ ରାକେଶ ବେହେରା ଅପରାଜିତ ୪୩, ଗିରିଜା ମିଶ୍ର ୩୪, ଦୀପକ ମାଝୀ ୨୩, ମାନସ ଦାସ ୨୦ ରନ୍‌ କରିଥିଲେ। ବିଦର୍ଭ ପକ୍ଷରୁ ଗୌରବ ଠାକୁର ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବିଦର୍ଭ ଦଳ ୧୬ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୦୫ ରନ୍‌ କରିଥିଲା। ଅଘନ୍‌ କୋହଲି ସର୍ବାଧିକ ୩୦ ରନ୍‌ କରିପାରିଥିଲେ। ଟାଉନ୍‌ କ୍ଲବ୍‌ ପକ୍ଷରୁ ବିଶାଳ କର ସର୍ବାଧିକ ୩ ଓ୍ଵିକେଟ୍‌ ନେଇଥିବାବେଳେ ଶୁଭ ସଙ୍କେତ ଧଳ ଓ ଭବତୋଷ ପରମାଣିକ ପ୍ରତ୍ୟେକ ୨ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ ବୋଲି ଟାଉନ୍‌ କ୍ଲବ୍‌ କ୍ରୀଡ଼ା ସମ୍ପାଦକ ମନୋଜ କୁମାର ମହାପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର