ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ୍‌ ପ୍ରଶିକ୍ଷଣ ଶିବିର ଆରମ୍ଭ

କଟକ: କଟକ ଜିଲ୍ଲା ହ୍ୟାଣ୍ଡ୍‌ବଲ ସଂଘ ଓ ରାଜୀବ ଗାନ୍ଧୀ ଦୌଡ଼କୁଦ ସଂଘର ମିଳିତ ସହଯୋଗରେ ସତ୍ୟବ୍ରତ ଷ୍ଟାଡିୟମରେ ଗ୍ରୀଷ୍ମକାଳୀନ ହ୍ୟାଣ୍ଡ୍‌ବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀ ରଂଜନ ସାମନ୍ତରାୟ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ କଟକ ଜିଲ୍ଲା ଫୁଟ୍‌ଭଲି ସଂଘ ସଂପାଦକ ପ୍ରସନ୍ନ କୁମାର ରାଉତ ଯୋଗ ଦେଇଥିଲେ। ଶିବିରରେ ପୂର୍ବତନ ଜାତୀୟ ଖେଳାଳି ଜିତେନ୍ଦ୍ର ସେନାପତି, ଅନନ୍ତ ନାରାୟଣ ସିଂହ, ଶୈଳେନ୍ଦ୍ର ସାମନ୍ତରାୟ ପ୍ରଶିକ୍ଷଣ ଦେବେ। ଏହି ଶିବିର ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ନଳିନୀକାନ୍ତ ମିଶ୍ର ଓ ଅବଦୁଲ ରହିମ ଶିବିର ପରିଚାଳନା କରିବେ।

ସମ୍ବନ୍ଧିତ ଖବର