ଗ୍ରୀଷ୍ମକାଳୀନ ମହିଳା ଫୁଟ୍‌ବଲ୍‌ ଶିବିର ୨୬ରୁ

ଭୁବନେଶ୍ୱର: ସ୍ଥାନୀୟ ଉର୍ମିଳା ଫୁଟ୍‌ବଲ୍‌ କ୍ଲବ୍‌ ଆନୁକୂଲ୍ୟରେ ଆସନ୍ତା ୨୬ ତାରିଖରୁ ୟୁନିଟ୍‌-୯ ବାଳିକା ବିଦ୍ୟାଳୟ ଖେଳ ପଡ଼ିଆରେ ଗ୍ରୀଷ୍ମକାଳୀନ ମହିଳା ଫୁଟ୍‌ବଲ୍‌ ଶିବିର ଆରମ୍ଭ ହେବ। ଏହି ଶିବିର ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୦୮ ମସିହାରୁ ପ୍ରତିବର୍ଷ ଏହି ଶିବିର ଆୟୋଜିତ ହୋଇଆସୁଛି। ଏଥର ଶିବିରକୁ ଭାରତୀୟ କନିଷ୍ଠ ଦଳର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝୀ ପରିଚାଳନା କରିବେ। ଏମାନଙ୍କୁ ଫୁଟ୍‌ବଲ୍‌ ଖେଳାଳି ଟୁନା ଖାଁନ୍‌ ଏବଂ କୃଷ୍ଣଚନ୍ଦ୍ର ରଣା ସହଯୋଗ କରିବେ। ଶିବିରରେ ଯୋଗଦେବାକୁ ଇଚ୍ଛୁକ ଖେଳାଳିମାନେ କ୍ଲବ୍‌ର କର୍ମକର୍ତ୍ତା କିମ୍ବା ୟୁନିଟ୍‌-୯ ବାଳିକା ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ଉର୍ମିଳା ଦାସ (୯୪୩୭୧ ୩୯୩୩୦)ଙ୍କୁ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର