ଚତୁର୍ଥ ପାଳିରେ ପିଛା କରିବା କଷ୍ଟକର

ସୁନିଲ ଗାଭାସ୍କର

ଚେତେଶ୍ୱର ପୂଜାରାଙ୍କ ଶତକ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‍ରେ ଆଗୁଆ କରିବା ସହ ଭାରତକୁ ମଧ୍ୟ ମନୋସ୍ତତ୍ୱିକ ଅଗ୍ରଣୀ ଦେଇଥଲା। ଟେଷ୍ଟ୍‍ ମ୍ୟାଚ୍‌ରେ ଏହା ତାଙ୍କର ଏକ ଶ୍ରେଷ୍ଠ ପାଳି ଥିଲା। ଯେଉଁଥିରେ ସେ ଅସୀମ ଧୈର୍ଯ୍ୟ ଦେଖାଇ ପିଚ୍‌ରେ ତିଷ୍ଠି ରହିଥିଲେ। ସଂପ୍ରତି ଅଧୁନିକ ବ୍ୟାଟ୍ସମ୍ୟାନ୍‌ମାନେ ସୀମିତ ଓଭର ଭଳି ବଡ଼ ବଡ଼ ସଟ୍‌ ଖେଳିବା ଲାଗି ଯାଆନ୍ତି। କିନ୍ତୁ ସେମାନେ ଭୁଲି ଯାଆନ୍ତି ଯେ ଏହା ଲାଲ୍‌ ବଲ୍‌ ମ୍ୟାଚ୍‌, ସୀମିତ ଓଭର ତୁଳନାରେ ବହୁତ କଠିନ। ପୂଜାରା ପିଚ୍‌ରେ ନିଜର ସମୟ ବିତାଇବା ସହ ଅରମ୍ଭରୁ କଷ୍ଟକର ବଲ୍‌କୁ ଚତୁରତା ସହ ଖେଳି ଶତକ ହାସଲ କରିଥିଲେ। ତାଙ୍କୁ ମଧ୍ୟ ଦୁଇ ଶେଷ ବ୍ୟାଟ୍ସମ୍ୟାନ୍‌ ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ୍‌ ବୁମ୍‌ରା ପୂର୍ଣ୍ଣ ସମର୍ଥନ କରିବା ସହ ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପ୍ରଥମ ଦୁଇ ଦିନରେ ୨୦ ଓ୍ଵିକେଟ୍‌ ଝଡ଼ିଥିଲା। ପିଚ୍‌ରେ ପିଶାଚ ଭଲି ବଲ୍‌ ସଂଗେ ସଂଗେ ଘୁରୁଥିଲା। ଯାହାକି ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ଅଡ଼ୁଆରେ ପକାଇବା ସହ ଆଉଟ୍‌ କରି ଦେଉଥିଲା। ପିଚ୍‌ ସ୍ପିନ୍‌କୁ ସହାୟତା ହେଉନଥିଲେ ମଧ୍ୟ ମୋଇନ ଅଲୀ ୫ ଓ୍ଵିକେଟ୍‌ ନେଇ ଭାରତକୁ ଚିନ୍ତାରେ ପକାଇ ଦେଇଥିଲେ। ଈଶାନ୍ତ ଶର୍ମାଙ୍କ ବିପକ୍ଷରେ ମୋଇନ୍‌ଙ୍କ ବଲ୍‌ ଗୋଟିଏ ଯାଗାରେ ପଡ଼ି ସାମୟିକ ଭାବେ ଘୁରିଥିଲା। ଭାରତ କେବେ ଚାହିଁବନି ଯେ ୧୫୦ରୁ ୨୦୦ ରନ୍‌ରୁ ଅଧିକ ପିଛା କରିବାକୁ ପଡ଼ୁ। ଯାହାକି ଚତୁର୍ଥ ପାଳିରେ କଷ୍ଟକର। ଭାରତୀୟ ଦ୍ରୁତ ବୋଲର ବାହିନୀ ଭଲ ପ୍ରଦର୍ଶନ କରୁଛି। ବୁମ୍‌ରା ଏହାର ନେତୃତ୍ୱ ନେଉଛନ୍ତି। ସେ ପ୍ରତ୍ୟେକ ବଲ୍‌ ଅଧିକ ଗତିରେ ପକାଇବା ସହ ଘୁରାଇବାକୁ ସକ୍ଷମ ହେଉଛନ୍ତି। ଈଶାନ୍ତ ମଧ୍ୟ ପ୍ରଥମ ଦୁଇ ଟେଷ୍ଟ୍‍ରେ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲେ। ମହମ୍ମଦ ସାମି ଭଲ ବୋଲିଂ କରୁଛନ୍ତି। ହେଲେ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ବଲ୍‌ ଏଜ୍‌ ନେଇ ବାହାରକୁ ପଳାଉଛି। ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସହ ଭାରତକୁ ଶୃଙ୍ଖଳା ବରାବର କରିବା ଲାଗି ଆଉଥରେ ସୁଯୋଗ ଦେଇଛି। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର