ଟସ୍‌ ହିଁ ଗୁରୁତ୍ୱପୂର୍ଣ୍ଣ ରହିବ

ସୁନୀଲ ଗାଭାସ୍କର

ଯେତେବେଳେ ଦୁଇଟି ସମାନ ଶକ୍ତିିସଂପନ୍ନ ଦଳ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଯାଆନ୍ତି, ସେତେବେଳେ କେହି ବି ୪୦ ଓଭର ମଧ୍ୟରେ କିଛି ବି ଘଟାଇବାର ସାମର୍ଥ୍ୟ ରଖନ୍ତି। ଆଉ ଯେଉଁ ଦଳ ଟସ୍‌ ଜିତେ ସେ ହିଁ ପିଛଶ କରିବାର ନିଷ୍ପତ୍ତି ନିଏ। ପ୍ରଥମେ ବ୍ୟାଟିଂ କରି ଏକ ଲକ୍ଷ୍ୟ ଛାଡ଼ିବା ତୁଳନାରେ ପିଛା କରିବା ସହଜସାଧ୍ୟ ବୋଲି ଉଭୟ ଦଳ ଭଲ ଭାବେ ଜାଣିଥାନ୍ତି। ତେବେ ଯଦି ବ୍ରିଷ୍ଟଲରେ କାକର ନପଡେ ଏବଂ ପାଣିପାଗରେ ବିଶେଷ ପରିବର୍ତନ ନଘଟେ ତେବେ ଟସ୍‌ ଜିତିବା ଦଳ ହିଁ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିବ। ବିଜୟ ଲକ୍ଷ୍ୟ କେତେ ତାହା ଜାଣିବା ପରେ ପାଳି ସଜାଡ଼ିବା ସହଜ ହୋଇଥାଏ। ଅନପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ କେତେ ଅଧିକ ରନ୍‌ କରିପାରିବ ତାହା ଉପରେ ଜୋର୍‌ ଦେଇ ପରେ ପ୍ରତିପକ୍ଷକୁ ଚାପରେ ରଖିବାକୁ ପ୍ରୟାସ କରିବ। ଆଉ ଯଦି ପାଓ୍ଵାର ପ୍ଲେରେ ଦଳ ଓ୍ଵିକେଟ୍‌ ହରାଇଲା ତେବେ ଆହ୍ଵାନଭରା ଲକ୍ଷ୍ୟ ଦେବା କୌଣସି ଦଳ ପାଇଁ କଷ୍ଟକର ହୋଇପଡ଼ିବ।

ପୂର୍ବ ମ୍ୟାଚ୍‌ରେ ଭାରତ ପ୍ରଥମ ତିନି ଓ୍ଵିକେଟ୍‌ ହରାଇବା ପରେ ଦିଗହରା ହୋଇପଡ଼ିଥିଲା। ଏହାପରେ ଅଧିନାୟକ କୋହଲି ଓ ସୁରେଶ ରାଇନା ପାଳିକୁ କିଛିଟା ସଜାଡ଼ିଥିଲେ। ପରେ ପରେ ମହେନ୍ଦ୍ର ସିଂହ ଧୋନି ଓ ହାର୍ଦିକ୍‌ ପାଣ୍ଡା ଆକ୍ରମଣ କରିଥିଲେ ମଧ୍ୟ ତାହା ଦଳକୁ ବଡ଼ ସ୍କୋର୍‌ ଦେବାରେ ଯଥେଷ୍ଟ ହୋଇନଥିଲା। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ କୁଲ୍‌ଦୀପ୍‌ ଯାଦବଙ୍କ ନିକଟରେ ସଂପୂର୍ଣ୍ଣ ହାର୍‌ ମାନିଥିବା ଇଂଲଣ୍ଡ ଦଳ ପ୍ରଥମ ମ୍ୟାଚ୍‌ ପରାଜୟ ପରେ ସ୍ପିନ୍‌ ବୋଲିଂ ମେସିନ୍‌ (ମେର୍‌ଲିନ୍‌) ବ୍ୟବହାର କରିଥିଲେ। ବିଶେଷକରି ସ୍ପିନ୍‌ ବୋଲରଙ୍କୁ କିଭଳି ଦୃଢ଼ତାର ସହ ଖେଳିପାରିବେ ତାହାର ଉଦ୍ୟମ ସ୍ୱରୂପ ଏହି ମେସିନ୍‌ ବ୍ୟବହାର କରିଥିଲେ। ଆଉ ଦ୍ୱିତୀୟ ମ୍ୟାଚ୍‌ରେ ବି ସଫଳ ହେଲେ। ମୁଖ୍ୟତଃ ସମସ୍ତ ଇଂଲିସ୍‌ ବ୍ୟାଟ୍‌ସମ୍ୟାନ୍‌ କୁଲ୍‌ଦୀପ୍‌ଙ୍କ ବଲ୍‌କୁ ବ୍ୟାକ୍‌ଫୁଟ୍‌ରେ ଖେଳିବାର ସଫଳତା ପାଇଲେ। ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିବା ଆଲେକ୍ସ ହେଲ୍‌ସ ଦ୍ୱିତୀୟ ମ୍ୟାଚ୍‌ରେ ସ୍ପିନରଙ୍କ ନିଦ ହଜାଇ ଦେଇଥିଲେ। ଅଧିନାୟକ ମୋର୍ଗନ୍‌ ଓ ଜନ୍‌ ବେୟାରଷ୍ଟୋଙ୍କ ସହ ଦୁଇଟି ଭାଗୀଦାରି କରି ସେ ହିଁ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇନେଲେ।

ଏବେ ଭାରତକୁ ପ୍ରାରମ୍ଭିକ ଯୋଡ଼ି ହିଁ ଭଲ ଆରମ୍ଭ ଦେବାର ଆବଶ୍ୟକତା ରହିଛି। ଉଭୟ ଶିଖର ଧାଓ୍ଵନ୍‌ ଓ ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ଦଳ ପାଇଁ ବିଶେଷ ଅବଦାନ ରଖିନଥିଲେ। ତେଣୁ ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ମ୍ୟାଚ୍‌ରେ ଏହି ଯୋଡ଼ି ଆରମ୍ଭରୁ ଆକ୍ରମଣ କରି ଘରୋଇ ଦଳକୁ ଚାପରେ ରଖିବା ଦରକାର। ଆଉ ଯଦି ସେମାନେ ଓ୍ଵିକେଟ୍‌ ନହରାଇ ପାଓ୍ଵାର ପ୍ଲେ ଅତିକ୍ରମ କରିଯାଆନ୍ତି, ତେବେ ଦଳକୁ ବଡ଼ ସ୍କୋର୍‌ ମିଳିବା ସହଜ ହୋଇଯିବ। ତଥାପି ସବୁକିଛି ଆସନ୍ତାକାଲି ଟସ୍‌ ଉପରେ ହିଁ ନିର୍ଭର କରିବ। ଟସ୍‌ ଜିତିବା ପ୍ରଥମେ କୋହଲିଙ୍କ ପାଇଁ ଚାପମୁକ୍ତ ରହିବ। ପିଏମ୍‌ଜି/ଇଏସ୍‌ପି

ସମ୍ବନ୍ଧିତ ଖବର