ସୁନୀଲ ଗାଭାସ୍କର, ଇଡେନ୍‌ରେ ଜିତିବା ଦିଲ୍ଲୀ ପାଇଁ ସହଜ ହେବନି

ଚେନ୍ନାଇଠାରୁ ପରାଜିତ ହେବା ପରେ ଘରୋଇ ପରିବେଶରେ ସ୍ଥିତି ବଦଳାଇବାର ସୁଯୋଗ ଏବେ କୋଲକାତା ନାଇଟ୍ ରାଇଡର୍ସ ପାଖରେ ରହିଛି। ଇଡେନ୍ ଗାର୍ଡେନ୍ସରେ ସେମାନେ ବହୁତ ଭଲ କ୍ରିକେଟ୍ ଖେଳିଛନ୍ତି। ଏଣୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏଠାରେ ବିଜୟ ହାସଲ କରିବା ଆଦୌ ସହଜ ହେବନି। କୋଲକାତା ପାଇଁ ରସେଲ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି, ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଘୋର ବିପର୍ଯ୍ୟୟ ସତ୍ତ୍ବେ ସେ ହାର ମାନି ନଥିଲେ। ସେଥିପାଇଁ ତାଙ୍କ ଉପରେ ଦିଲ୍ଲୀ ବୋଲରଙ୍କର ବିଶେଷ ନଜର ରହିବ। ଦିଲ୍ଲୀକୁ ମଧ୍ୟ ନିଜ ବ୍ୟାଟିଂ ସୁଧାରିବାକୁ ହେବ। ସେମାନଙ୍କ ଅଧିକାଂଶ ବ୍ୟାଟ୍ସମ୍ୟାନ୍ ଚତୁର ସଟ୍ ପରିବର୍ତେ ବଡ଼ ସଟ୍ ଖେଳିବା ଲୋଭରେ ୱିକେଟ୍ ହରାଉଛନ୍ତି। କେବେ କେବେ ସେମାନେ ସହଜ ବିଜୟକୁ କଷ୍ଟକର କରି ଦେଉଛନ୍ତି। ଉଦୀୟମାନ ଖେଳାଳିଙ୍କ ପ୍ରଦର୍ଶନ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିଥାଏ। ହେଲେ ପ୍ରତିଷ୍ଠିତ ଖେଳାଳିମାନେ ଜାଣିଛନ୍ତି ଯେ ସେମାନେ ନିଶ୍ଚିତ ଭାବେ ଜାତୀୟ ଦଳରେ ସ୍ଥାନ ପାଇବେ। ଆଇପିଏଲ୍‌ରେ ଖେଳିଲେ ମଧ୍ୟ ଏହା ସେମାନଙ୍କ ଜାତୀୟ ଅଭିଳାଷ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହା ହିଁ ଆତ୍ମସନ୍ତୋଷର ଭାବନା ସୃଷ୍ଟି କରୁଛି। ସେଥିପାଇଁ ସେମାନେ ବେପରୁଆ ସଟ୍ ଖେଳି ଚାଲିଛନ୍ତି।

ସମ୍ବନ୍ଧିତ ଖବର