ଡାଭିଡ ଓ୍ଵାର୍ଣ୍ଣରଙ୍କୁ ରଖିଲା ସନ୍‌ରାଇଜର୍ସ ହାଇଦ୍ରାବାଦ, ଟିମ୍‌ରୁ ବାହାର ହେଲେ ୯ ଖେଳାଳି

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୧୬ରେ ଚାମ୍ପିଅନ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୭ ଜଣ ଖେଳାଳିଙ୍କୁ ରଖିଛି। ଯେଉଁଥିରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଡାଭିଡ ଓ୍ଵାର୍ଣ୍ଣର ମଧ୍ୟ ସାମିଲ ଅଛନ୍ତି। ଓ୍ଵାର୍ଣ୍ଣରଙ୍କୁ ବଲ ବିକୃତ କରିବା ମାମଲାରେ ଆଇପିଏଲ୍‌ରୁ ବାହାର କରି ଦିଆଯାଇଥିଲା। ବର୍ଷ ୨୦୧୮ ଉପବିଜେତା ସନ୍‌ରାଇଜର୍ସ ଭୁବନେଶ୍ୱର କୁମାର, ୟୁସୁଫ ପଠାଣ, ସନ୍ଦୀପ ଶର୍ମା, ଖଲିଲ ଅହମଦ, ସିଦ୍ଧାର୍ଥ କାଉଲ ସମେତ କେନ୍‌ ଓ୍ଵିଲିୟମ୍‌ସନ୍‌, ରସିଦ୍‌ ଖାନ ଓ ମହମ୍ମଦ ନବି ଟିମ୍‌ରେ ରଖିଛି।

ହାଇଦ୍ରାବାଦ୍‌ ଟ୍ରେଡ ଜରିଆରେ ଶିଖର ଧାଓ୍ଵନ୍‌ ଦିଲ୍ଲୀ ଫ୍ରାଞ୍ଚାଇଜ ୩ ଖେଳାଳି – ବିଜୟ ଶଙ୍କର, ଅଭିଷେକ ଶର୍ମା ଓ ଶାହବାଜ ନଦୀମଙ୍କୁ ପାଇଛି। ଟିମ୍‌ ୯ ଖେଳାଳିଙ୍କୁ ବାହାର କରିଛି, ଯେଉଁଥିରେ ଋଦ୍ଧମାନ ଶାହ ଓ କାର୍ଲୋସ ବ୍ରେଥେଓ୍ଵଟ୍‌ ମଧ୍ୟ ସାମିଲ ଅଛନ୍ତି।

ରିଟର୍ଣ୍ଣ ହୋଇଥିବା ଖେଳାଳି
ବାସିଲ ଥମ୍ପି, ଭୁବନେଶ୍ୱର କୁମାର, ଦୀପକ ହୁଡା, ମନୀଷ ପାଣ୍ଡେ, ନଟରାଜନ, ରିକି ଭୁଇ, ସନ୍ଦୀପ ଶର୍ମା, ଶ୍ରୀବତ୍ସ ଗୋସ୍ୱାମୀ, ସିଦ୍ଧାର୍ଥ କାଉଲ, ଖଲିଲ ଅହମଦ, ୟୁସୁଫ ପଠାନ, ବିଲି ଷ୍ଟେନଲେକ, ଡେଭିଡ ଓ୍ଵାର୍ଣ୍ଣର, କେନ୍‌ ଓ୍ଵିଲିୟମସନ, ମହମ୍ମଦ ନାଭି, ରସିଦ ଖାନ ଓ ସାକିବୁଲ ହାସନ।

ସମ୍ବନ୍ଧିତ ଖବର