ନିଲାମର ସୁଫଳ ପାଉଛି ସନ୍‌ରାଇଜର୍ସ:ହର୍ଷ ଭୋଗ୍‌ଲେ

ଗତ ନିଲାମରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଯେଉଁ ଆଖିବୁଜା ଖେଳ ଖେଳିଥିଳା ଏବେ ତାହାର ସୁଫଳ ପାଉଛି। ଡେଭିଡ୍‌ ଓ୍ଵାର୍ନର, ଭୁବନେଶ୍ୱର କୁମାର, ବିଲି ଷ୍ଟାନ୍‌ଲେକ୍‌ଙ୍କ ବିନା ଖେଳିଥିବା ଏହି ଦଳ ମଙ୍ଗଳବାର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ହରାଇବା ସବୁଠୁ ଉଲ୍ଲେଖନୀୟ ପ୍ରଦର୍ଶନ। ଶିଖର ଧାଓ୍ଵନ ମଧ୍ୟ ଆହତ ସମସ୍ୟା ଭିତରେ ଖେଳିଥିଲେ। ମୋ ମତରେ ୧୧୮ ରନ୍‌କୁ ସେମାନେ ବଞ୍ଚାଇ ପାରିବା ଚଳିତ ବର୍ଷର ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ, ଏଥିରେ କେହି ଦ୍ୱିମତ ହେବେ ନାହିଁ। ଦଳର ପ୍ରଥମ ପସନ୍ଦ ଏକାଦଶରେ ଥିବା ବୋଲରଙ୍କ ମଧ୍ୟରୁ ୩ ଜଣ ବଦଳ ଖେଳାଳି ଭାବେ ବୋଲିଂ କରିଥିଲେ। ମହମ୍ମଦ ନବି, ସନ୍ଦୀପ ଶର୍ମା ଏବଂ ବସିଲ ଥମ୍ପି ମିଳିତ ଭାବେ ୭.୫ ଓଭର ବୋଲିଂ କରି ୩୬ ରନ୍‌ରେ ୪ ଓ୍ଵିକେଟ୍‌ ଦଖଲ କରିଥିଲେ। କିଭଳି ଭାବେ ଫୁଟ୍‌ବଲ୍‌ ଦଳ ଗଢ଼ାଯାଇଥାଏ ଏହା ତାହାର ଉଦାହରଣ। ବେଞ୍ଚ୍‌ରେ ଥିବା ଖେଳାଳି ସୁଯୋଗ ପାଇବା ମାତ୍ରେ ପ୍ରଦର୍ଶନ ଦେଖାଇବାର ଏହା ଥିଲା ନିଖୁଣ ନିଦର୍ଶନ। ଯେଉଁଠି ତାରକା ମାନେ ଗୁରୁତ୍ୱପୂର୍ଣ୍ଣ ସେଠି ପ୍ରତି ଖେଳାଳିର ଅବଦାନ ଓ ପ୍ରୟାସ ବି ମୂଲ୍ୟବାନ ଏହା ଦେଖିବାକୁ ମିଳିଛି ଏଥର ଆଇପିଏଲରେ।
ଏମିତି ବି ଦେଖିଲେ ଦଳରେ ଖେଳାଳି ବଦଳ ଏକ ପ୍ରକ୍ରିୟା। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ପରିବେଶକୁ ନଜରରେ ରଖିଥିଲେ ନବିଙ୍କ ବଦଳରେ କାର୍ଲୋସ୍‌ ବ୍ରାଥ୍‌େଓ୍ଵଟ୍‌ କିମ୍ବା ଆଲେକ୍ସ ହେଲ୍‌ସ ଖେଳିଥିଲେ ଦଳର ବ୍ୟାଟିଂ ଲମ୍ବା ହୋଇପାରିଥାନ୍ତା। ଏହା ଆଗକୁ ହେଲେ ମଧ୍ୟ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ। ଦଳ ଗଠନ ବ୍ୟବସ୍ଥାରେ ବିନା ବାଧାରେ ଖେଳାଳି ଆସିବା ଯିବା ସମ୍ଭବ।
ମୋତେ ଭଲ ଲାଗୁଛି ଯେ ପ୍ରତିଯୋଗିତା ଏବେ ବ୍ୟାଟସମ୍ୟାନ୍‌ଙ୍କ ଦ୍ୱାରା ନିର୍ଧାରିତ ହେଉଛି ଏବଂ ବୋଲରଙ୍କଠାରୁ ଠିକଣା ସମର୍ଥନ ମିଳୁଛି। ୨୦୧୬ ମସିହାରେ ହାଇଦ୍ରାବାଦ ଯେତେବେଳେ ଜିତିଥିଲା ଏବେ ସେହି ବାଟରେ ଯିବା ଭଳି ଲାଗୁଛି। ସଚ୍ଚୋଟତାର ସହ କହିଲେ ଡେଭିଡ୍‌ ଓ୍ଵାର୍ନରଙ୍କ ଅନୁପସ୍ଥିତି ଏବେ ବି ଅଛି ଏବଂ ଏହାର ଶୂନ୍ୟତା ରହିଛି। କିନ୍ତୁ ଦଳର ଅନ୍ୟ ଖେଳାଳିମାନେ ତାଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ଦେଉ ନାହାନ୍ତି। ଏବେ ମନୀଷ ପାଣ୍ଡେଙ୍କୁ ଦାୟିତ୍ୱର ସହ ଖେଳିବାକୁ ପଡ଼ିବ ଏବଂ ସକିବ୍‌ ଅଲ୍‌ ହାସନ୍‌ ଯେଭଳି ବାଂଲାଦେଶ ପାଇଁ ପ୍ରଧାନ୍ୟ ବିସ୍ତାର କରି ଖେଳନ୍ତି ସେଭଳି ଭୂମିକା ତୁଲାଇବର ଅଛି। ଏହା ହେଲେ ହାଇଦ୍ରାବାଦ ଏକ ସମ୍ପୂର୍ଣ୍ଣ ଦଳ ହୋଇଯିବ। (ଟିସିଏମ୍‌)

ସମ୍ବନ୍ଧିତ ଖବର