ପୁଣି ଥରେ ବାପା ହେଲେ କ୍ରିକେଟର ସୁରେଶ ରାଇନା, ଚର୍ଚ୍ଚାରେ ନବଜାତର ନାଁ
ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ବନିଛନ୍ତି | ସୁରେଶ ରାଇନାଙ୍କ ପତ୍ନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଖବର ଚେନ୍ନାଇ ସୁପର କିଙ୍ଗ୍ସର ସାଥୀ ତଥା ଭାରତୀୟ କ୍ରିକେଟର ହରଭଜନ ସିଂ ପ୍ରକାଶ କରିଛନ୍ତି। ଏହି ଖବର ଦେବା ପାଇଁ ହରଭଜନ ସିଂ ସୋସିଆଲ ମିଡିଆକୁ ଯାଇ କହିଛନ୍ତି, ଶିଶୁପୁତ୍ର ପାଇଁ ଅଭିନନ୍ଦନ ସୁରେଶ ରାଇନା ଏବଂ ପ୍ରିୟଙ୍କା।
Sambad is now on WhatsApp
Join and get latest news updates delivered to you via WhatsApp
The beginning of all things – wonder, hope, possibilities and a better world! We are proud to welcome our son & Gracia’s little brother – Rio Raina. May he flows beyond boundaries, bringing peace, renewal & prosperity to everyone’s life. pic.twitter.com/SLR9FPutdx
— Suresh Raina🇮🇳 (@ImRaina) March 23, 2020
ସେହିଭଳି ସୁରେଶ ରାଇନା ମଧ୍ୟ ସୋସିଆଲ ମିଡିଆରେ ନିଜ ନବଜାତ ପୁଅର ନାଁ ପ୍ରକାଶ କରିଛନ୍ତି | ଷ୍ଟାର କ୍ରିକେଟର ପତ୍ନୀ ଏବଂ ନବଜାତ ଶିଶୁ ସହ ଏକ ଫଟୋ ସେୟାର କରି ଶିଶୁପୁତ୍ରର ନାମ ରିଓ ରଖିଥିବା ଲେଖିଛନ୍ତି | “ସବୁ ଜିନିଷର ଆରମ୍ଭ ଆଶ୍ଚର୍ଯ୍ୟ, ଆଶା, ସମ୍ଭାବନା ଏବଂ ଏକ ଉନ୍ନତ ଦୁନିଆ! ଆମ ପୁଅ ଏବଂ ଗ୍ରାସିଆର ଛୋଟ ଭାଇ – ରିଓ ରାଇନାକୁ ସ୍ୱାଗତ କରି ଆମେ ଗର୍ବିତ। ସେ ସୀମା ଅତିକ୍ରମ କରି ସମସ୍ତଙ୍କ ଜୀବନରେ ଶାନ୍ତି, ନବୀନତା ଏବଂ ସମୃଦ୍ଧତା ଆଣୁ।” ବୋଲି ଲେଖି ଟୁଇଟ କରିଛନ୍ତି ରାଇନା। ସୂଚନା ମୁତାବକ, ଶିଶୁପୁତ୍ରଟି ହେଉଛି ସୁରେଶ ରାଇନା ଏବଂ ପ୍ରିୟଙ୍କାଙ୍କ ଦ୍ୱିତୀୟ ସନ୍ତାନ | ସେମାନେ ୨୦୧୬ରେ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ | ପତ୍ନୀ ପ୍ରିୟଙ୍କା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ବେଳେ ତାର ନାଁ ଦିଆଯାଇଥଲା ଗ୍ରାସିଆ | ତେବେ ସୁରେଶ ରାଇନା ଏଭଳି ଖୁସି ଖବର ଶୁଣାଇବା ପରେ ତାଙ୍କର ସହକର୍ମୀ ଏବଂ ପ୍ରଶଂସକମାନେ ଶୁଭେଚ୍ଛାର ସୁଅ ଛୁଟିଇଛନ୍ତି |