କୁସ୍ତିଯୋଦ୍ଧା ସୁଶୀଲ କୁମାର ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଙ୍କୁ ଉତ୍ସର୍ଗ କଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୁରୁବାର ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ଚାଲିଥିବା ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ନିଜର ଆଫ୍ରିକୀୟ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ ସେ କ୍ରମାଗତ ଭାବରେ ୩ିଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସୁଶୀଲ ଗୋଲଡ୍‌କୋଷ୍ଟ ଠାରେ ହାସଲ କରିଥିବା ସ୍ୱର୍ଣ୍ଣ ପଦକକୁ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଶୁକ୍ରବାର ଘଟିଥିବା ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସର୍ଗ କରିଛନ୍ତି। ସୁଶୀଲ ନିଜ ଟ୍ଵିଟର ପୃଷ୍ଠାରେ ଜିତିଥିବା ପଦକକୁ ମୃତ ଛାତ୍ରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିବା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୭୪ କେଜି ଫ୍ରିଷ୍ଟାଇଲ୍‌ରେ ଦକ୍ଷିଣ ଆଫ୍ରିକୀୟ ପ୍ରତିନ୍ଦ୍ୱନ୍ଦ୍ୱୀ ଜୋହାନ୍ସ ବୋଥାଙ୍କୁ ହରାଇ ସୁଶୀଲ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ରାହୁଲ ୫୭ କେଜି ଫ୍ରିଷ୍ଟାଇଲ୍‌ରେ କାନାଡାର ପ୍ରତିନ୍ଦ୍ୱନ୍ଦ୍ୱୀ ଷ୍ଟିଭେନ ତଖାସୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ପଦକ ତାଲିକାକୁ ଆଗକୁ ବଢ଼ାଇଛନ୍ତି ।

ଜୋହନ୍ସଙ୍କୁ ହରାଇବା ପାଇଁ ସୁଶୀଲଙ୍କୁ ମାତ୍ର ୮୦ସେକେଣ୍ଡ ସମୟ ଲାଗିଥିବା ବେଳେ ସେ ୧୦-୧ରେ ବିଜୟ ହାସଲ କରିଥିଲେ। ସୁଶୀଲଙ୍କ ପ୍ରତିଟି ଚାଲ୍‌ ଆଗରେ ହାର ମାନିଥିଲେ ତାଙ୍କ ଦକ୍ଷିଣ ଆଫ୍ରିକୀୟ ପ୍ରତିନ୍ଦ୍ୱନ୍ଦ୍ୱୀ।

ସମ୍ବନ୍ଧିତ ଖବର