ସ୍ୱତନ୍ତ୍ର ଶିବିରରେ ସୁଶ୍ରୀ, ଜୋନାଲ୍‌ ପାଇଁ ଓଡ଼ିଶାରୁ ୮ ଜଣ

କଟକ: ଓଡ଼ିଶା ମହିଳା କ୍ରିକେଟର ସ୍ପିନ୍‌ ଅଲରାଉଣ୍ଡର୍‌ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ବିସିସିଆଇର ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। ୨୩ ବର୍ଷରୁ କମ୍‌ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିବିରରେ କେବଳ ସ୍ପିନ୍‌ ବୋଲର ଓ ଓ୍ଵିକେଟ ରକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିରେ ବିଭିନ୍ନ ରାଜ୍ୟରୁ ମୋଟ ୧୦ ଜଣ ଖେଳାଳି ଯୋଗଦେଉଛନ୍ତି। ବରୋଦାରେ ଏହି ଶିବିର ଏପ୍ରିଲ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଏପ୍ରିଲ ୨୩ରୁ ମେ’ ୧୭ ତାରିଖ ପର୍ଯ୍ୟନ୍ତ ରାଞ୍ଚିର ଜେଏସ୍‌ସିଏ ଷ୍ଟାଡିୟମରେ ହେବାକୁଥିବା ୧୯ ବର୍ଷରୁ କମ୍‌ ଜୋନାଲ୍‌ କ୍ରିକେଟ ଶିବିରରେ ଓଡ଼ିଶାରୁ ୪ଜଣ ଯୋଗଦେବେ। ମୋଟ ୨୫ଜଣଙ୍କୁ ଶିବିରକୁ ଡକାଯାଇଥିଲାବେଳେ ଓଡ଼ିଶାରୁ ବ୍ୟାଟସମ୍ୟାନ୍‌ ରଘୁନାଥ ମଲ୍ଲ, ଜ୍ୟୋତି ରଂଜନ ବେହେରା, ରାଜେଶ ମହାନ୍ତି, କ୍ରିଷ୍ଣ ପଲେଇ ଏହି ଶିବିରରେ ପ୍ରଶିକ୍ଷଣ ନେବେ। ସେଠାରେ ମେ’ ୨୧ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୧୬ ବର୍ଷରୁ କମ୍‌ ଜୋନାଲ୍‌ ଶିବିର ପାଇଁ ଓଡ଼ିଶାରୁ ସୂର୍ଯ୍ୟ ମହାପାତ୍ର, ସୁଶୀଲ ବାରିକ, ବିକାଶ ନାଏକ, ସୁରଜ କୁମାର ବେହେରା ମନୋନୀତ ହୋଇଥିବା ଓସିଏ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର