ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟିନୀ ସ୍ୱପ୍ନା ବର୍ମନ କହିଲେ ଭବିଷ୍ୟତକୁ ଡର ଲାଗୁଛି

କୋଲକାତା: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟିନୀ ସ୍ୱପ୍ନା ବର୍ମନଙ୍କ ଆଶା ଓ ଆକାଂକ୍ଷା ବଢ଼ିଯାଇଛି। ୨୧ ବର୍ଷ ବୟସରେ ସ୍ୱପ୍ନା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଅଲିମ୍ପିକ୍‌ରୁ ପଦକ ଆଣିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଅନୁଷ୍ଠିତ ଏସୀୟ କ୍ରୀଡାର ହେପ୍‌ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟିନୀ ସ୍ୱପ୍ନା ଶୁକ୍ରବାର ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି।

କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱପ୍ନା ବର୍ମନଙ୍କ ବ୍ୟତୀତ ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ଝୁଲନ ଗୋସ୍ୱାମୀ ଓ ଭାରତୀୟ ମହିଳା ହକି ଟିମ୍‌ର ଅଧିନାୟିକା ରାନୀ ରାମପାଲ ନିଜ କ୍ୟାରିୟର ସଂପର୍କରେ ସଂକ୍ଷେପରେ ଆଲୋଚନା କରିଥିଲେ।

ସ୍ୱପ୍ନା କହିଛନ୍ତି, ମୋ ପାଇଁ ଏସୀୟ କ୍ରୀଡ଼ାର ପଦକ ଗୁରୁତ୍ୱପୂର୍ଣ୍ଣ ଥିଲା। କ’ଣ କହିବି, କିଛି ବୁଝିପାରୁ ନାହିଁ। ଏବେ ଡର ଲାଗୁଛି ବୋଲି ସ୍ୱପ୍ନା କହିଛନ୍ତି। ଅନ୍ୟପକ୍ଷରେ ମୋ ଉପରେ ସମସ୍ତଙ୍କ ଆଶା ଯେ, ମୁଁ ଅଲିମ୍ପିକ ପଦକ ଜିତିବି। ସ୍ୱପ୍ନା ଏକଦା ହଳେ ଜୋତା ପାଇଁ ସଂଘର୍ଷ କରୁଥିଲେ, କାରଣ ତାଙ୍କର ପାଦରେ ୬ଟି ଆଙ୍ଗୁଠି ଥିବାରୁ ସ୍ୱତନ୍ତ୍ର ଭାବେ ନିର୍ମିତ ଜୋତା ଦରକାର ପଡୁଥିଲା।

ସମ୍ବନ୍ଧିତ ଖବର