କଟକ: ଆସନ୍ତା ଏପ୍ରିଲ୍ ୧୫ରୁ ମେ’ ୧୬ ତାରିଖ ପର୍ଯ୍ୟନ୍ତ ପଣ୍ତିଚେରୀରେ ବିସିସିଆଇ ଜାତୀୟ କ୍ରିକେଟ ଏକାଡେମି (ଏନ୍ସିଏ)ର ୧୯ ବର୍ଷରୁ କମ୍ ବାଳକ ଶିବିର ଆରମ୍ଭ ହେବ। ଏହି ଶିବିର ପାଇଁ ଓଡ଼ିଶାରୁ ସ୍ବସ୍ତିକ ସାମଲ ମନୋନୀତ ହୋଇଛନ୍ତି। ସ୍ବସ୍ତିକ ଗତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ପାଇଁ ପଦାର୍ପଣ କରିଥିଲେ ଓ ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ। ୨୩ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ବୟସ ବର୍ଗର ପ୍ରତିଯୋଗିତାରେ ସ୍ବସ୍ତିକ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ବସ୍ତିକ ଡାହାଣହାତୀ ପ୍ରାରମ୍ଭିକ ବ୍ୟାଟ୍ସି˚ ସହିତ ଲେଗ୍ ସ୍ପିନ୍ ବୋଲି˚ କରିଥାନ୍ତି।