କଟକ: ସ୍ବସ୍ତିକ ସାମଲ, ରଘୁନାଥ ମଲ୍ଲ ଓ ଅନୀଲ ପରିଡ଼ାଙ୍କ ଅର୍ଧଶତକ ବଳରେ ଗୋଆରେ ଆରମ୍ଭ ହୋଇଥିବା କୁଚବେହାର ଟ୍ରଫିରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ପ୍ରଥମ ଦିନ ଓଡିଶା ୫ ଓ୍ବିକେଟ୍ ବିନିମୟରେ ୨୯୦ ରନ୍ ସଂଗ୍ରହ କରିଛି। ଟସ୍ ଜିତି ଗୋଆ ବୋଲିଂ କରିଥିଲା। ଆରମ୍ଭରୁ ସ୍ବସ୍ତିକ ଓ ଶଶାଙ୍ଗ ରୁଙ୍ଗତା ୬୯ ରନ୍ର ମଜବୁତ ଭାଗୀଦାରି କରିଥିଲେ। ୫୫ ରନ୍ରେ ସ୍ବସ୍ତିକ ଆଉଟ ହେବା ପରେ ରଘୁନାଥ ଧାରା ବଜାୟ ରଖିଥିଲେ। ଶଶାଙ୍ଗ (୨୪)ଙ୍କ ସ୍ଥାନରେ ଆସିଥିବା ଅନୀଲ ମଧ୍ୟ ନିଜ ପ୍ରତିଭାର ପରିଚୟ ଦେଇ ରଘୁନାଥଙ୍କ ସହ ମିଳିତ ଭାବେ ୯୨ ରନ୍ ଯୋଗ କରିଥିଲେ। ଦଳୀୟ ରନ୍ ୨୦୬ ହୋଇଥିଲା ବେଳେ ରଘୁନାଥଙ୍କ (୭୩) ଓ୍ବିକେଟ୍ ଖସିଯାଇଥିଲା। ପଛକୁ ପଛ ଆୟୂଷ ନାୟକ (୨୨) ଓ ଶୁଭମ ଶତ୍ରୁଜିତ (୨୬)ଙ୍କ ଓ୍ବିକେଟ୍ ପତନ ହୋଇଥିଲା। ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅନୀଲ ୭୪ ଓ ମାନସ ରଂଜନ ନାୟକ ୩ ରନ୍ରେ ଅପରାଜିତ ଥିଲେ।