ରୁଷିଆରେ ସ୍ୱର୍ଣ୍ଣ ଜିତିଲେ ସୁଇଟି

ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୋଦ୍ଧା ସୁଇଟି ବୋରା ରୁଷିଆର କାସ୍‌ପିସ୍କରେ ଚାଲିଥିବା ଉମାଖାନୋଭ ସ୍ମାରକୀ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ମଙ୍ଗଳବାର ୭୫ କିଲୋଗ୍ରାମ୍‌ ଫାଇନାଲ୍‌ରେ ସୁଇଟି ଘରୋଇ ତାରକା ଆନ୍ନା ଆନ୍‌ଫିନୋଗେନୋଭାଙ୍କୁ ମାତ୍‌ ଦେଇ ସ୍ୱର୍ଣ୍ଣ ଜିତିଥିଲେ। ପୂର୍ବରୁ ଯୁବ ବିଶ୍ୱ ବିଜୟିନୀ ଭାରତୀୟ ଲଳନା ଶଶୀ ଚୋପ୍ରା (୫୭ କିଲୋଗ୍ରାମ୍‌), ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ପିଙ୍କି ଜାଙ୍ଗ୍ରା (୫୧ କିଲୋଗ୍ରାମ୍‌) ଏବଂ ପବିତ୍ରା (୬୦ କିଲୋଗ୍ରାମ୍‌) ସେମିଫାଇନାଲ୍‌ରେ ହାରି କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ। ପୁରୁଷ ୫୬ କିଲୋଗ୍ରାମ୍‌ରେ ଗୌରବ ବିଧୁରୀ ଫାଇନାଲ୍‌ରେ ହାରି ରୌପ୍ୟ ପଦକ ଜିତିଥିଲେ। ତେବେ ବି୍ରଜେସ୍‌ ଯାଦବ (୮୧ କିଲୋଗ୍ରାମ୍‌) ଏବଂ ବୀରେନ୍ଦ୍ର କୁମାର (୯୧ କିଲୋଗ୍ରାମ) ଫାଇନାଲ୍‌ରେ ପହଞ୍ଚି ପଦକ ପକ୍କା କରିଛନ୍ତି।

ସମ୍ବନ୍ଧିତ ଖବର