ରୋହିତଙ୍କ ଶତକ ବୃଥା, ସିଡନୀ ଦିନିକିଆରେ ୩୪ ରନରେ ହାରିଲା ଭାରତ

ସିଡନୀ: ସିଡନୀ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୮୯ ରନ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ୩୦ ଓଭରରେ ୯  ଓ୍ୱିକେଟ ହରାଇ ୨୫୪ ରନ କରିବାକୁ ସକ୍ଷମ ହୋଇଥିଲା ।   ଦଳପକ୍ଷରୁ ରୋହିତ ଶର୍ମା ଚିତ୍ତାକର୍ଷକ ୧୩୩ ରନ ଓ ଧୋନି ୫୧ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇପାରି  ନଥିଲେ । ଦଳର ଅନ୍ୟକୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରିନଥିଲେ ।

ଇନିଂସ ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିବା ବେଳେ ଭାରତର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ, ଅଧିନାୟକ ବିରାଟ କୋହଲି ଓ ରାଇଡୁ ପାଭିଲିୟନ ଫେରି ଭାରତର ସ୍ଥିତି ଦୟନୀୟ କରି ଦେଇଥିଲେ। ତେବେ ଓପନର ରୋହିତ ଶର୍ମାଙ୍କ ସହିତ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ କ୍ରିଜରେ ରହି ଭାରତର ସ୍ଥିତି ସମ୍ଭାଳିଥିଲେ । ରୋହିତ ଶର୍ମା ୧୨୯ଟି ବଲର ମୁକାବିଲା କରି ୬ଟି ଛକା ଓ ୧୦ ଟିଚୌକା ସହିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତଙ୍କୁ ଭରପୂର ସହଯୋଗ ଦେଇଥିଲେ ଅଭିଜ୍ଞ ଧୋନୀ। ଧୋନୀ ମଧ୍ୟ ଗୋଟିଏ ଛକା ଓ ୩ଟି ଚୌକା ସହିତ ୫୧ ରନ୍ କରି ବେହେରେନଡଫଙ୍କ ଦ୍ୱାରା ଆଉଟ ହୋଇ ପାଭଲିଆନ୍ ଫେରିଥିଲେ।  ଶେଷବେଳକୁ ଭୁବନେଶ୍ବର କୁମାର ୨୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜାଇନ ରିଚାଡସନ ୨୬ ରନ ଦେଇ ୪ଟି ଓ୍ୱିକେଟ ନେଇଥିବାବେଳେ  ଡାସନ ବ୍ରେଣ୍ଡଫ ଓ ମାର୍ର୍କସ ଷ୍ଟେଇନିସ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।

ଏହା ପୂର୍ବରୁ ଟସ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲା। ଦଳ ଖଓ୍ଵାଜା( ୫୯ ରନ), ସନ୍ ମାର୍ସ( ୫୪ ରନ୍), ହ୍ୟାଣ୍ଡକମ୍ବ (୭୩ ରନ) ଓ ଷ୍ଟୋଇନସଙ୍କ ଅପରାଜିତ ୪୭ ରନ୍ ସହାୟତାରେ ଭାରତ ସମ୍ମୁଖରେ ୨୮୯ରନ୍ର ବିଜୟଲକ୍ଷ୍ୟ ରଖିଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର