ସିରିଏଲୋ ସଲାମ : ଭାରତ ସହ ଭାବନାତ୍ମକ ସଂପର୍କ ରହିଛି

ଭୁବନେଶ୍ବର: ଦିନେ ଥିଲେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ, ଆଜି କିନ୍ତୁ ପରମ ମିତ୍ର। ଅ‌େଷ୍ଟ୍ରଲିଆ ହକି ଦଳରେ ଥିଲା ବେଳେ ଭାରତକୁ ହରାଇବାର କୌଣସି ସୁଯୋଗ ସେ ହାତଛଡ଼ା କରୁନଥିଲେ। ଏବେ ଭାରତୀୟ ହକି ଦଳ କେମିତି ଅଷ୍ଟ୍ରେଲିଅାକୁ ହରାଇବ ସେହି ରଣନୀତି ପ୍ରସ୍ତୁତ କରୁଛନ୍ତି। ନିଜ ଦେଶ ନୁହେଁ, ଭାରତ ବିଶ୍ବକପ୍ ଜିତୁ ବୋଲି ଦୈନିକ ଶୁଭ ମନାସୁଛନ୍ତି। ନିଜକୁ ଅଧା ଭାରତୀୟ ବୋଲି ଦାବି କରୁଥିବା କ୍ରିସ୍ ସିରିଏଲୋ ଏବେ ଭାରତୀୟ ହକି ଦଳର ଚାଣକ୍ୟ ପାଲଟି ଯାଇଛନ୍ତି।
କଳିଙ୍ଗ ଷ୍ଟାଡିୟମରେ ଭାରତ କମାଲ କରିବ ବୋଲି ଆଷ୍ଟ୍ରେଲିଆର ପୂବର୍ତନ ଡ୍ରାଗ୍ ଫ୍ଲିକ୍‌ ସ୍ପେଶାଲି‌ଷ୍ଟ ସିରିଏଲୋ ଆଶା ରଖିଛନ୍ତି। ଅନ୍ତର୍ଜାତୀୟ ହକିରୁ ଅବସର ନେବା ପରେ ଗତ ମାର୍ଚରେ ହିଁ ସିରିଏଲୋ ଭାରତୀୟ ହକି ଦଳର ଆନାଲିଟିକାଲ କୋଚ୍ ବା ବି‌େଶ୍ଳଷଣାତ୍ମକ ପ୍ରଶିକ୍ଷକ ପଦ ଗ୍ରହଣ କରିଛନ୍ତି। ସେ ଆସିବା ପରେ ଭାରତ ଡ୍ରାଗ୍ ଫ୍ଲିକ୍‌ରେ ତୁଳନାତ୍ମକ ଭାବେ ସୁଦୃଢ଼ ଓ ଶକ୍ତିଶାଳୀ ହୋଇ ପାରିଛି। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ସହ ମସ୍କଟ ଗସ୍ତ କରିବା ପୂର୍ବରୁ ‘ସମ୍ବାଦ’କୁ ସେ ଦେଇଥିଲେ ସ୍ବତନ୍ତ୍ର ସାକ୍ଷାତକାର।

ସମ୍ବାଦ: ଜଣେ ଆନାଲିଟିକାଲ କୋଚ୍‌ ଭାବେ ଆପଣଙ୍କର ଦଳରେ କି ଦାୟିତ୍ବ ଏବଂ କର୍ତବ୍ୟ ରହିଛି?
ସିରିଏଲୋ: ମୁଁ ଏକାଥରକେ ତିନିଟି କାମ କରୁଛି। ଆନାଲିଟିକାଲ ଏବଂ ଡ୍ରାଗ୍ ଫ୍ଲିକିଂ ପ୍ରଶିକ୍ଷକ ସହ ମୁଁ ଭାରତୀୟ ଦଳର ଅନ୍ୟତମ ପ୍ରବନ୍ଧକ ମଧ୍ୟ। ମୋ କାମ ହେଲା ଖେଳାଳିଙ୍କ ପ୍ରଦର୍ଶନକୁ ତର୍ଜମା କରି ଏଥିରେ ସୁଧାର ଆଣିବା ଲାଗି ଆବଶ୍ୟକ ପରାମର୍ଶ ଦେ‌ବା।
ସମ୍ବାଦ: ସାଂପ୍ରତିକ ଭାରତୀୟ ଦଳକୁ ଅପଣ କେମିତି ଆକଳନ କରିବେ?
ସିରିଏଲୋ: ଅାମ ପାଖରେ ଏକ ବହୁତ ଭଲ ଦଳ ରହିଛି। ଏକାଠି ହୋଇ ଖେଳି ପାରିଲେ ସେମାନେ ଯେ କୌଣସି ଦଳକୁ ହରାଇ ପାରିବେ। ଆମ ଖେଳାଳିଙ୍କୁ କିନ୍ତୁ ଅଧିକରୁ ଅଧିକ ସମୟ ବଲ୍‌କୁ ନିଜ ପାଖରେ ରଖିବାକୁ ପଡ଼ିବ।
ସମ୍ବାଦ: ଏବେକାର ଭାରତୀୟ ଦଳର ଶକ୍ତି ଏବଂ ଦୁର୍ବଳତା?
ସିରିଏଲୋ: ଗତି ଏବଂ କୌଶଳ ଆମର ଦୁଇଟି ବଡ଼ ଶକ୍ତି। ହେଲେ ବଲ୍ ଟ୍ୟାକଲିଂ, ପରସ୍ପର ପାଇଁ ଦୌଡ଼ିବା, ଲଗାତାର ଓ ଅବିରହ ଭାବେ ପରିଶ୍ରମ କରିବାରେ ଆମେ ଟିକିଏ ପଛରେ ରହିଛୁ। ତେବେ ଏହି କ୍ଷେତ୍ରରେ ଆମେ ଦ୍ରୁତ ଅଗ୍ରଗତି କରୁଛି।
ସମ୍ବାଦ: ଏସୀୟ କ୍ରୀଡ଼ା ବିପର୍ଯ୍ୟୟ ପରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିଜେତା ହେବାର ସମ୍ଭାବନା କେତେ?
ସିରିଏଲୋ: ଏସୀୟ କ୍ରୀଡ଼ାରେ ‌େହାଇଥିବା ଭୁଲକୁ ଆମେ ଧରି ପାରିଛୁ। ଏହାକୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ‌େଦାହରାଇବୁ ନାହିଁ ‌େବାଲି ଭାବୁଛି। ଏହି ପ୍ରତିଯୋଗିତାରେ ଆମେ ଅନେକ ବିକଶିତ ଦଳ ବିପକ୍ଷରେ ଖେଳିବୁ। ତଥାପି ଆମେ ବିଜେତା ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ସମ୍ବାଦ: ବିଶ୍ବକପ୍‌ ପାଇଁ ଏବେକାର ଭାରତୀୟ ଦଳରେ ଅଦଳ ବଦଳ ହେବାର ଆବଶ୍ୟକତା ରହିଛି କି ?
ସିରିଏଲୋ: ସବୁ ଖେଳାଳିଙ୍କୁ ନିଜ ସ୍ଥାନ ଅର୍ଜନ କରିବାକୁ ହେବ। ତେବେ ଦଳରେ ନିଶ୍ଚିତ ଭାବେ କିଛିଟା ପରିବର୍ତନ ହେବ। ଫିଟ୍ ଥିଲେ ବୀରେନ୍ଦ୍ର ଲାକ୍ରା, ଏସ୍ ଭି ସୁନୀଲ, ରୂପିନ୍ଦର ସିଂହ, ସିମରନ୍ ଜିତ ସିଂହଙ୍କ ଭଳି ଖେଳାଳି ବିଶ୍ବକପ୍ ପାଇଁ ବିଚାରକୁ ନିଆଯିବେ।
ସମ୍ବାଦ: କଳିଙ୍ଗ ଷ୍ଟାଡିୟମର ନୂଆ ଟର୍ଫ ବିଷୟରେ ଆପଣଙ୍କ ମତ?
ସିରିଏଲୋ: ମୁଁ ଏଠାକୁ ଉଭୟ ଖେଳାଳି ଏବଂ ପ୍ରଶିକ୍ଷକ ଭ‌ାବେ ଆସିଛି। ଓଡ଼ିଶାର ଆତି‌େଥୟତା ମୋତେ ପ୍ରତି ଥର ପ୍ରଭାବିତ କରିଛି। ଏଠାକାର ଲୋକ ବହୁତ ବନ୍ଧୁ ବତ୍ସଳ। ହୋଟେଲ କର୍ମଚାରୀଙ୍କଠାରୁ ଆରମ୍ଭ କରି ସପୋର୍ଟ ଷ୍ଟାଫ୍ ପର୍ଯ୍ୟନ୍ତ ସମସ୍ତେ ବେଶ୍ ସାହାଯ୍ୟକାରୀ। କଳିଙ୍ଗ ଷ୍ଟାଡିୟମରେ ବିଛା ଯାଇଥିବା ନୂଆ ଟର୍ଫ ବହୁତ ଭଲ। ଏବେ ଏହା ଅବଶ୍ୟ ସ୍ଥାନେ ସ୍ଥାନେ ଟିକିଏ ଅସମତଳ ରହିଛି। ଏହି ଅସୁବିଧା ସମୟକ୍ରମେ ଦୂର ହୋଇଯିବ। ଆଉ କିଛି ଦିନ ପରେ ହିଁ ଆମେ ଏହାର ଅସଲ ଗୁଣ ଜାଣି ପାରିବା।
ସମ୍ବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ଭିତରୁ କିଏ ବିଶ୍ବକପ୍ ଜିତୁ ବୋଲି ଅାପଣ ଚାହୁଁଛନ୍ତି?
ସିରିଏଲୋ: ନିଶ୍ଚିତ ଭାବେ ଭାରତ। ଅଷ୍ଟ୍ରେଲିଆ ଏକ ଭଲ ଦଳ। ‌େବଲଜିୟମ, ଜର୍ମାନି ଏବଂ ନେଦରଲାଣ୍ଡ ବି ଭଲ ଖେଳୁଛନ୍ତି। ହେଲେ ମୁଁ ଯେଉଁ ଦଳ ସହ କାମ କରୁଛି, ସେ ଦଳ ବିଜେତା ହେଲେ ଅଧିକ ଖୁସି ହେବି।
ସମ୍ବାଦ: ଉଭୟ ଖେଳାଳି ଏବଂ ପ୍ରଶିକ୍ଷକ ଭାବେ ଓଡ଼ିଶା ଆସିଛନ୍ତି। ଦୀର୍ଘ ଦିନ ହେବ ଏଠାରେ ଅଛନ୍ତି। କିଛି ଓଡ଼ିଆ ଖାଦ୍ୟ ଚାଖିଲେଣି କି?
ସିରିଏଲୋ: ମୁଁ ସବୁକିଛି ଖାଏ। ଭାରତୀୟ ଏବଂ ଓଡ଼ିଶା ଖାଦ୍ୟ ମୋତେ ବହୁତ ଭଲ ଲାଗେ। ମୋ ମା’ ଭାରତୀୟ ହୋଇଥିବାରୁ ଆ‌େମ ଘରେ ଅନେକ ପ୍ରକାର ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ନିକଟରେ ଆମେ ଦିଲୀପ ତିର୍କିଙ୍କ କାର୍ଯ୍ୟଳାୟକୁ ଯାଇ ଡାଲି, ଭାତ, କୁରମା ଭଳି ଅନେକ ଭାରତୀୟ ଓ ସ୍ଥାନୀୟ ଖାଦ୍ୟ ଖାଇଥିଲୁ।
ସମ୍ବାଦ: କ୍ରୀଡ଼ା ବିନିମୟ କାର୍ଯ୍ୟକ୍ରମରେ ନ୍ୟୁ ସାଉଥ୍‌ ୱେଲ୍ସ (ଅଷ୍ଟ୍ରେଲିଆର ପ୍ରାଦେଶିକ ଦଳ) ଦଳ ଚଳିତ ମାସ ଶେଷ ଆଡ଼କୁ ଓଡ଼ିଶା ଆସିବ। ଏହା କେମିତି ଉଭୟ ଦେଶର ହକି ପାଇଁ ସହାୟକ ହେବ ବୋଲି ଭାବୁଛନ୍ତି?
ସିରିଏଲୋ: ହିଁ ନିଶ୍ଚିତ। ଆମଣଙ୍କର ଭ୍ରମଣ କରିବାର ଅଭିଜ୍ଞତା ରହିବା ନିହାତି ଦରକାର। ଏହା ଉଭୟ ଦେଶର ଉଦୀୟମାନ ଖେଳାଳିଙ୍କୁ ଯ‌େଥଷ୍ଟ ସହାୟ ହେବ। ଭାରତ ଏବଂ ଅଷ୍ଟ୍ରେଲିଆ ଖେଳାଳିମା‌ନେ ନିଜ ନିଜ ସଂସ୍ପର୍ଶରେ ଆସି ନିଜ ଖେଳର ମାନ ବଢ଼ାଇ ପାରିବେ।

ସମ୍ବନ୍ଧିତ ଖବର