ଡବ୍ଲିନ୍: ବୁଧବାର ଆୟର୍ଲାଣ୍ଡ୍ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍ ଭାରତ ପାଇଁ ଶତକୀୟ ଟେ୍ଵଣ୍ଟି-୨୦ ଥିଲା। ପାକିସ୍ତାନ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ୍, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ଏକ୍ଷେତ୍ରରେ ଭାରତ ସପ୍ତମ ଦେଶ ହେଲା। ତେବେ ପାକିସ୍ତାନ ଓ ଶ୍ରୀଲଙ୍କା ପରେ ଭାରତ ତୃତୀୟ ଦେଶ ଯାହାର କି ଦୁଇ ଜଣ ଖେଳାଳି ଟେ୍ଵଣ୍ଟି-୨୦ ଇତିହାସରେ ପ୍ରଥମ ଏବଂ ୧୦୦ତମ ମ୍ୟାଚ୍ ଖେଳିବାର କୀର୍ତିମାନ ପାଇଲେ। ସେ ଦୁଇ ଜଣ ହେଲେ ସୁରେଶ ରାଇନା ଓ ମହେନ୍ଦ୍ର ସିଂହ ଧୋନି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚ୍ରେ ଶିଖର ଧାଓ୍ଵନ୍ଙ୍କ ସହ ମିଶି ରୋହିତ ଶର୍ମା ପ୍ରଥମ ଓ୍ଵିକେଟ୍ରେ ୧୬୦ ରନ୍ ଯୋଡ଼ିଥିଲେ। ଏହା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ଚତୁର୍ଥ ସର୍ବୋଚ୍ଚ ପ୍ରଥମ ଓ୍ଵିକେଟ୍ ଭାଗୀଦାରୀ। ଏହାମଧ୍ୟ ଭାରତର ତ୍ରୟୋଦଶତମ ଶତକୀୟ ଭାଗୀଦାରି ଥିଲା ବେଳେ କେବଳ ରୋହିତ ହିଁ ୭ ଥର ସଂପୃକ୍ତି ରଖିଛନ୍ତି। ତେବେ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ତିନି ଥର (ଦୁଇ ଥର ଧାଓ୍ଵନ୍ଙ୍କ ସହ ୧୫୮ ବନାମ ନ୍ୟୁଜିଲାଣ୍ଡ୍ ଓ ୧୬୦ ବନାମ ଆୟର୍ଲାଣ୍ଡ୍ ଏବଂ ଥରେ ଲୋକେଶ ରାହୁଲ୍ଙ୍କ ସହ ୧୬୫ ବନାମ ଶ୍ରୀଲଙ୍କା) ୧୫୦ରୁ ଅଧିକ ରନ୍ର ଭାଗୀଦାରୀରେ ସଂପୃକ୍ତ ରହିବାରେ ରୋହିତ ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବାର କୀର୍ତିମାନ ପାଇଲେ। ରୋହିତ ମଧ୍ୟ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୧୭ ଥର ୫୦ରୁ ଅଧିକ ସ୍କୋର୍ କଲେ। ଯାହାକି କୋହଲି (୧୮ ଥର)ଙ୍କ ପଛକୁ ରହିଛନ୍ତି।
ରୋହିତ ଶର୍ମା ବୁଧବାର ମ୍ୟାଚ୍ରେ ୯୭ ରନ୍ର ପାଳି ଖେଳିବା ପରେ ୧୦,୦୦୦ ଆନ୍ତର୍ଜାତିକ ରନ୍ ପୂରଣ କରିଛନ୍ତି। ସେ ମଧ୍ୟ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍ ସଂଗ୍ରହ କରିବା ତାଲିକାରେ ବ୍ରେଣ୍ଡନ ମ୍ୟାକଲମ୍, ମାର୍ଟିନ୍ ଗପ୍ଟିଲ, ସୋଏବ୍ ମଲ୍ଲିକ ଓ ବିରାଟ କୋହଲିଙ୍କ ପରେ ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଅନ୍ୟପକ୍ଷରେ ଆୟର୍ଲାଣ୍ଡ୍ ବିପକ୍ଷରେ ୭୪ ରନ୍ର ପାଳି ଖେଳିଥିବା ଶିଖର ଧାଓ୍ଵନ୍ ୬୦୦୦ ଟେ୍ଵଣ୍ଟି-୨୦ ରନ୍ କରିବାରେ ଷଷ୍ଠ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ସୁରେଶ ରାଇନା, ବିରାଟ କୋହଲି, ରୋହିତ ଶର୍ମା, ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂହ ଧୋନି ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ଭାରତ ବୁଧବାର ଆୟର୍ଲାଣ୍ଡ୍ ବିପକ୍ଷରେ ୨୦୮ ରନ୍ କରିବା ପରେ ଦଶମ ଥର ଲାଗି ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୨୦୦ରୁ ଅଧିକ ସ୍କୋର୍ କରିଥିଲା। ଫଳରେ ଭାରତ ଏକ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି। କେବଳ ଦକ୍ଷିଣ ଆଫ୍ରିକା ହିଁ ସର୍ବାଧିକ ୧୧ ଥର ୨୦୦ରୁ ଅଧିକ ସ୍କୋର୍ କରିବାର କୀର୍ତିମାନ ରଖିଛି।
ଆଜି ଦ୍ୱିତୀୟ ଟେ୍ଵଣ୍ଟି-୨୦
ଡବ୍ଲିନ୍: ବୁଧବାର ପ୍ରଥମ ଟେ୍ଵଣ୍ଟି-୨୦ରେ ଆୟର୍ଲାଣ୍ଡ୍କୁ ୭୬ ରନ୍ରେ ପରାସ୍ତ କରିଦେଇଥିବା ଭାରତ ଆସନ୍ତାକାଲି ଦ୍ୱିତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବ। ପ୍ରାୟ ତିନି ମାସର ବିରତି ପରେ ମଧ୍ୟ ଚୂଡାନ୍ତ ଏକାଦଶ ଦଳ ସଠିକ୍ ଲୟରେ ଥିବା ପ୍ରଥମ ମ୍ୟାଚ୍ରୁ ପ୍ରମାଣିତ ହୋଇଯାଇଛି। ତେଣୁ ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକ ବିରାଟ କୋହଲି କିଛିଟା ପରିବର୍ତନ କରିବାର ଆଭାସ ଦେଇଛନ୍ତି। ରୋହିତ ଶର୍ମା ଓ ଶିଖର ଧାଓ୍ଵନ୍ ସେମାନଙ୍କ ଚମତ୍କାର ଫର୍ମ ଦେଖାଇଛନ୍ତି। ତେଣୁ ଗୁରୁବାର ମ୍ୟାଚ୍ରେ ବସି ରହିଥିବା ଲୋକେଶ ରାହୁଲ୍, ଦୀନେଶ କାର୍ତିକଙ୍କ ସାଙ୍ଗକୁ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ଦେଇ ପରୀକ୍ଷା କରିବାକୁ କୋହଲି ଚାହିଁଛନ୍ତି। ରାହୁଲ୍ ଓ କାର୍ତିକଙ୍କୁ ଖେଳାଇ ମଧ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ କୋହଲି ରହିଛନ୍ତି। ଫଳରେ ସୁରେଶ ରାଇନା ଓ ମନୀଷ ପାଣ୍ଡେଙ୍କୁ ବିଶଆମ ଦିଆଯାଇପାରେ। ହେଲେ ରୋହିତ, ଧାଓ୍ଵନ୍, ମହେନ୍ଦ୍ର ସିଂହ ଧୋନି ଓ ଦୁଇ ଲେଗ୍ ସ୍ପିନର ୟୁଜ୍ବେନ୍ଦର ଜହଲ୍ ଓ କୁଲ୍ଦୀପ୍ ଯାଦବଙ୍କୁ ଚୂଡାନ୍ତ ଦଳରୁ ବାଦ୍ ଦେବାର ସମ୍ଭାବନା କମ୍ ବୋଲି ସେ ମଧ୍ୟ କହିଛନ୍ତି। ଆବଶ୍ୟକ ପଡ଼ିଲେ ଭୁବନେଶ୍ୱର କୁମାର ଓ ଜସ୍ପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦେଇ ଉମେଶ ଯାଦବ ଓ ସିଦ୍ଧାର୍ଥ କୌଲଙ୍କୁ ନୂଆ ବଲ୍ ଦିଆଯିବ ବୋଲି କୋହଲି ସଂକେତ ଦେଇଛନ୍ତି। ନଚେତ୍ ହାର୍ଦିକ୍ ପାଣ୍ଡ୍ୟାଙ୍କୁ ବସାଇ ଜଣେ ଅଧିତ ଦ୍ରୁତ ବୋଲରଙ୍କୁ ଖେଳାଯିବ ବୋଲି କୋହଲି କହିଛନ୍ତି।