ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦: ଅଷ୍ଟ୍ରଲିଆଠୁ ପ୍ରତିଶୋଧ ନେଲା ପାକିସ୍ତାନ

ହରାରେ: ଜିମ୍ବାେଓ୍ଵର ହରାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଗୁରୁବାର ମ୍ୟାଚ୍‌ରେ ପାକିସ୍ତାନ ୪୫ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଫକର ଜମନ (୭୩ ରନ୍‌, ୪୨ ବଲ୍‌, ୯ ଚକା, ୩ ଛକା)ଙ୍କ ଅର୍ଧଶତକ ବଳରେ ୭ ଓ୍ଵିକେଟ୍‌ ହରାଇ ୧୯୪ କରିଥିଲା। ଅସିଫ୍‌ ଅଲ୍ଲୀ ୩୭*, ହୁସେନ୍‌ ତଲାତ ୩୦ ଏବଂ ସୋଏବ ମଲ୍ଲିକ ୨୭ ରନ୍‌ କରିଥିଲେ। ଆଣ୍ଡ୍ରିଉ ତାଇ ୩ ଓ ଝଏ ରିଚାର୍ଡସନ୍‌ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଆଲେକ୍ସ କାରି ୩୭* ଏବଂ ଡାର୍କି ସର୍ଟ ୩୦ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ସାହିନ୍‌ ସାହ ଆଫ୍ରିଦି ୩ ଓ୍ଵିକେଟ୍‌ ନେଇଥିଲେ। ଫକରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର