ଭାରତ ବାହାରକୁ ଯିବନି ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍

ଟିକସ ରିହାତି ବିବାଦ ନେଇ ଆଇସିସି ଓ ବିସିସିଆଇ ମଧ୍ୟରେ ଇମେଲ ଯୁଦ୍ଧ ଚାଲିଥିଲେ ମଧ୍ୟ ୨୦୨୧ ମସିହା ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତ ବାହାରକୁ ଯିବାର ଆଶଙ୍କା ପ୍ରାୟ ନାହିଁ। ଏହା ନହେଲେ ଆଇସିସି ସହ ବିଭିନ୍ନ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ବ ହରାଇବେ। କୋଭିଡ୍-୧୯ ପାଇଁ ଚଳିତ ବର୍ଷ କ୍ରିକେଟ୍ ପ୍ରସାରଣ ପ୍ରାୟ ବନ୍ଦ ରହିଥିଲା ବେଳେ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତ ବାହାରକୁ ଯିବାକୁ ପ୍ରସାରଣକାରୀ ସଂସ୍ଥା ମଧ୍ୟ ବିରୋଧ କରୁଛନ୍ତି। ଏଣୁ ବିସିସିଆଇ ଆଗରେ ଆଇସିସି ମୁଣ୍ଡ ନୁଆଁଇବାର ଯଥେଷ୍ଟ ସମ୍ଭାବନା ରହିଛି। ବରଂ ଆଇସିସି ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ସମୟ ବାହାର କରିବା ଦିଗରେ ଏବେ କାର୍ଯ୍ୟ କରୁଛି। କାରଣ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ହେବାର ସମ୍ଭାବନା ପ୍ରାୟ ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର