ଚାମ୍ପିଅନ୍ସ ଟ୍ରଫି ବଦଳରେ ବିଶ୍ୱ ଟେ୍ଵଣ୍ଟି-୨୦

ବୋର୍ଡ ବୈଠକରେ ଆଇସିସି ନେଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭାରତରେ ୨୦୨୧ରେ ଆୟୋଜିତ ହେବ
୧୦୪ ଦେଶକୁ ଟେ୍ଵଣ୍ଟି-୨୦ ମାନ୍ୟତା
ଆଇସିସି ଗୁରୁବାର ତା’ର ସମସ୍ତ ୧୦୪ ସଦସ୍ୟ ଦେଶଙ୍କୁ ଟେ୍ଵଣ୍ଟି-୨୦ ମାନ୍ୟତା ପ୍ରଦାନ କରିଛି। କୋଲକାତାଠାରେ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡସନ୍‌ ଏହି ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକର ଉଭୟ ପୁରୁଷ ଏବଂ ମହିଳା ଦଳ ଏଣିକି ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳି ପାରିବେ। ପୂର୍ବରୁ ମାତ୍ର ୧୮ ଦେଶ ଟେ୍ଵଣ୍ଟି-୨୦ ମାନ୍ୟତା ପାଇଥିଲେ। ସେଥିମଧ୍ୟରେ ୧୨ ପୂର୍ଣ୍ଣକାଳୀନ ସଦସ୍ୟ ଦେଶ ସହ ସ୍କଟଲାଣ୍ଡ, ନେଦରଲାଣ୍ଡ, ହଂକଂ, ୟୁଏଇ, ଓମାନ ଏବଂ ନେପାଳ ରହିଛନ୍ତି।
ବଲ୍‌ ବିକୃତ ଲାଗି କଠୋର ଦଣ୍ଡ
ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବଲ୍‌ ବିକୃତ ବିବାଦକୁ ଆଖି ଆଗରେ ରଖି ଆଇସିସି ଏଣିକି ଖେଳାଳିମାନେ ପଡ଼ିଆ ଭିତରେ କରୁଥିବା ଆଚରଣ ଉପରେ ତୀକ୍ଷ୍ଣ ନଜର ରଖିବ। ଏଭଳି ଘଟଣାରେ ଜଡ଼ିତ ଥିବା ଖେଳାଳିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ। କେବଳ ବଲ୍‌ ବିକୃତ ନୁହେଁ ଆଶାଳୀନ ଭାଷା ପ୍ରୟୋଗ, ଅମ୍ପାୟାରଙ୍କ ନିଷ୍ପତ୍ତିିରେ ଅସନ୍ତୋଷ ଜାହିର କରିବା ଏବଂ ପ୍ରତିପକ୍ଷ ଦଳର ଖେଳାଳିଙ୍କୁ ସ୍ଲେଜିଂ କରିବା ମାମଲାରେ ଏଣିକି ଖେଳାଳିମାନଙ୍କୁ କେବଳ ଜରିମାନା କରାଯିବ ନାହିଁ ସେମାନଙ୍କୁ ବାସନ୍ଦ ମଧ୍ୟ କରାଯିବ ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡସନ୍‌ କହିଛନ୍ତି। ସେହିଭଳି ବିଭିନ୍ନ ଦେଶରେ ବଢ଼ି ଚାଲିଥିବା ଟେ୍ଵଣ୍ଟି-୨୦ ଲିଗ୍‌ର କି ପ୍ରଭାବ ଅନ୍ତର୍ଜାତୀୟ କ୍ରିକେଟ୍‌ ଉପରେ ପଡ଼ୁଛି ତାର ତର୍ଜମା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।
ଟି୧୦ ଲିଗ୍‌ର ସଂପ୍ରସାରଣ
ଟେ୍ଵଣ୍ଟି-୨୦ କ୍ରିକେଟ୍‌ର ଅପାର ସଫଳତା ପରେ ଏବେ ଟେନ୍‌-୧୦ କ୍ରିକେଟ୍‌ ଲୋକପ୍ରିୟ ହେବାରେ ଲାଗିଛି। ଗତବର୍ଷ ଆଇସିସି ମଧ୍ୟ ଏକ ଟେନ୍‌-୧୦ ଲିଗ୍‌ ଆରମ୍ଭ କରିଥିଲା। ଚଳିତ ବର୍ଷ ଏହାକୁ ଆହୁରି ସଂପ୍ରସାରଣ କରାଯିବ। ଏଥର ପାକିସ୍ତାନର କରାଚିଆନ୍‌ ଏବଂ ଭାରତର ନଦର୍ନ ଓ୍ଵାରିୟର୍ସ ସହ ଅନ୍ୟ ୬ ଦଳ ଏହି ଲିଗ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୧୦ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ।

ସମ୍ବନ୍ଧିତ ଖବର